fbpx

ଦେଶରେ ୧୦ ଲକ୍ଷ ଯୁବବର୍ଗଙ୍କୁ ମିଳିବ ଚାକିରି: ୧୫-୨୦ ଲକ୍ଷ ଦରମା ଦେବ କମ୍ପାନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଦିକାଂଶ ସମ୍ବୋଧନରେ ପ୍ରାୟତଃ ନୂଆ ଭାରତ ବିଷୟରେ କହୁଛନ୍ତି । ତେବେ ଦେଶରେ ରୋଜଗାର ବ୍ୟବସ୍ଥାକୁ ନେଇ ମୋଦୀଙ୍କ ଏହି ଇସାରା ହିଁ ହୋଇଥାଏ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସରେ ଡାଇରେକ୍ଟ ଏବଂ ଇନଡାଇରେକ୍ଟ ଦେଶର ବିଭିନ୍ନ କମ୍ପାନୀରେ ନିଯୁକ୍ତି ମିଳିପାରୁଛି । ଏହି ଅବସରରେ ସେମି କଣ୍ଡକ୍ଟର ଇଣ୍ଡଷ୍ଟ୍ରୀରେ ଖୁବଶୀଘ୍ର ବଡ଼ ନିଯୁକ୍ତି ହୋଇପାରେ । ପ୍ରାୟ ୧୦ ଲକ୍ଷ ଲୋକଙ୍କ ଏହି କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରାଯାଇପାରେ ।

ନିକଟରେ ସରକାର ଟାଟା କମ୍ପାନୀ ଏହି ସେକ୍ଟରରେ ଭିନ୍ନ ଭିନ୍ନ କମ୍ପାନୀ ପାଇଁ ୧୫ ଆରବ ଡଲାରର ନିବେଶକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଷ୍ଟାଫିଙ୍ଗ କମ୍ପାନୀ ରେଣ୍ଡଷ୍ଟାଡ କହିଛନ୍ତି ଯେ, ୨୦୨୪ରେ ମୋଟ ୪୦-୫୦ ହଜାର କର୍ମଚାରୀଙ୍କ ଆବଶ୍ୟକ ପଡ଼ିବ । ଗତବର୍ଷ ତୁଳନାରେ ଚଳିତବର୍ଷ ଦେଶରେ ୨୫-୩୦% ଅଧିକ ନିଯୁକ୍ତି ମିଳିପାରିବ । ଆସନ୍ତା ୫ ବର୍ଷରେ ଏହି ବିଭାଗରେ ପ୍ରାୟ ୮-୧୦ ଲକ୍ଷ ପଦବୀରେ ନିଯୁକ୍ତି ଦିଆଯିବା ନେଇ ଆଶା କରାଯାଉଛି । ଭାରତ ସରକାର ଦେଶର ସେମିକଣ୍ଡକ୍ଟର ମିଶନକୁ ଗ୍ଲୋବାଲ ସେମି କଣ୍ଡକ୍ଟର ସେକ୍ଟର ସହ ସାମିଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ତେବେ ଏଥିରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ନିଯୁକ୍ତି ପ୍ରକ୍ରିୟାରେ ଦକ୍ଷ ପ୍ରତିଭା ନ ମିଳିବା ଏହାର ସବୁଠୁ ବଡ଼ ସମସ୍ୟା ହୋଇ ଠିଆ ହୋଇଛି । ତେଣୁ କମ୍ପାନୀ କ୍ୟାମ୍ପସ ଭର୍ତ୍ତି ଉପରେ ବିଚାର କରାଯାଉଛି ଏବଂ ଟପ୍ ଲେବୁଲ ପୋଜିସନ୍ ପାଇଁ ଆଇଟି ସେକ୍ଟରରୁ ଲୋକଙ୍କୁ ନିଯୁକ୍ତି ଦିଆଯିବ । ଏହି ସେକ୍ଟରରେ ଏଣ୍ଟ୍ରି ଲେବୁଲର ଡିଜାଇନ୍ ଇଞ୍ଜିନିୟର ପାଇଁ ବାର୍ଷିକ ୧୫-୨୦ ଲକ୍ଷ ଟଙ୍କା ଦରମା ମିଳିପାରିବ । ତେବେ ଉଚ୍ଚ ସ୍ତରର କର୍ମଚାରୀଙ୍କ ଦରମା ପ୍ରାୟ ୨.୫ କୋଟିରୁ ଅଧିକ ରହିବା ସହିତ ଜଏନିଙ୍ଗ ବୋନସ ମଧ୍ୟ ସାମିଲ ରହିଛି ।

ଦେଶରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ଆରମ୍ଭରେ ଏହାକୁ ସମ୍ଭାଳିବା ପାଇଁ ବିଦେଶରୁ ଲୋକମାନଙ୍କୁ ନିଯୁକ୍ତି ଦିଆଯିବ । ଏହାପରେ କମ୍ପାନୀ ସ୍ଥାନୀୟ ଲୋକଙ୍କୁ ତାଲିମ ଦେଇ ନିଯୁକ୍ତି ପ୍ରଦାନ କରିବ । ତେବେ ୨୦୨୭ ସୁଦ୍ଧା ୧୦-୧୩ ହଜାର ଲୋକଙ୍କ ଆବଶ୍ୟକ ଥିବା ଟାଲେଣ୍ଟ ପୁଲ୍ ପ୍ରସ୍ତୁତ ହୋଇ ପାରିବ । ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ରିପୋର୍ଟ ଆଧାରରେ ପ୍ରଶାନ୍ତ କୁମାର ଏହି ସବୁ କଥା କହିଛନ୍ତି। ଯଦିଓ ଦେଶରେ ୧୦ ରୁ ୧୩ ହଜାର ଲୋକ ଚିପ ପ୍ଲାଣ୍ଟ ଚଳାଉଥିବେ, କିନ୍ତୁ ଭାରତ ସରକାର ଏକ ଚିପ-ଟୁ ଷ୍ଟାର୍ଟଅପ୍ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ଅଧୀନରେ ୨୦୨୭ ସୁଦ୍ଧା ୮୫,୦୦୦ ରୁ ଅଧିକ କୁଶଳୀ ବ୍ୟକ୍ତିଙ୍କ ପ୍ରତିଭା ପୁଲ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Get real time updates directly on you device, subscribe now.