fbpx
BJD SKY
BJD SKY

(Video)ଆକାଶରେ ଉଡ଼ୁଥିଲା ବିମାନ, ହଠାତ ବିମାନର ଚକା ଖସି ତଳେ ପଡ଼ିଲା, ଆଉ ତା’ପରେ…

BJD

ଓଡ଼ିଶା ଭାସ୍କର: ଏୟାରପୋର୍ଟରୁ ଉଡାଣ ଭରି ଆକାଶକୁ ଯାଉଥିବା ବେଳେ ହଠାତ ବିମାନରୁ ଚକା ଖସିଗଲା। ତେବେ ବିମାନରୁ ଚକା ଖସିବା ପରେ ଏହା ଏୟାରପୋର୍ଟରର ପାର୍କିଂ ଅଞ୍ଚଳରେ ପଡ଼ିଥିଲା। ଯାହା ଫଳରେ ଏକାଧିକ କାର କ୍ଷତିଗ୍ରସ୍ତ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଆମେରିକାରୁ ଜାପାନ ଯାଉଥିବା ବୋଇଂ ୭୭୭ ବିମାନରେ ଏଭଳି ଏକ ଦୁର୍ଘଟଣା ଦେଖାଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ୟୁନାଇଟେଡ ଏୟାରଲାଇନ୍ସର ବିମାନ ସାନ ଫ୍ରାନ୍ସିସକୋ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। ଏହା ଜାପାନ ଯିବାର ଥିଲା। କିନ୍ତୁ ରନୱେରୁ ଏହା ଉପରକୁ ଉଠିବା କ୍ଷଣି ଏହାର ଗୋଟିଏ ଚକା ଖସି ପଡ଼ିଥିଲା। ବିମାନରୁ ଖସି ଥିବା ଚକାଟି ସିଧା ପାର୍କିଂରେ ଥିବା ଗୋଟିଏ କାର୍‌ ଉପରେ ଗଳି ପଡିଥିଲା। ତେବେ ଚକା ଖସି ପଡ଼ିବା ଯୋଗୁ ଏକାଧିକ କାର କ୍ଷତିଗ୍ରସ୍ତ ହୋଇଥିବା ଏୟାରପୋର୍ଟର କର୍ତ୍ତୃପକ୍ଷ କହିଛନ୍ତି। ତେବେ ବିମାନରେ ମୋଟ ୨୪୯ ଜଣ ଲୋକ ଥିଲେ। ଏମାନେ ସମସ୍ତେ ଓସାକା ଯାଉଥିଲେ। ବିମାନରୁ ଚକା ଖସିଥିବା ଜଣାପଡ଼ିବା ପରେ ଏହାକୁ ଲସ ଆଞ୍ଜେଲ ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଥିଲା। ସେପଟେ ବିମାନରୁ ଚକା ଖସିବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

Get real time updates directly on you device, subscribe now.