fbpx
BSKY
BJD SHG SKY
BJD MC SKY

‘ମହିଳାମାନଙ୍କର କାମ ହେଉଛି ପୁରୁଷମାନଙ୍କୁ ପ୍ରଭାବିତ କରିବା ଏବଂ ସନ୍ତାନ ଜନ୍ମ କରିବା … ‘, ମହିଳା ଦିବସରେ ପଟିନଙ୍କ ବିବାଦୀୟ ବୟାନ

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶର ମହିଳାମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବାକୁ ନିବେଦନ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସରେ ପୁଟିନ କହିଛନ୍ତି ଯେ ମହିଳାମାନେ ସେମାନଙ୍କର ବୁଦ୍ଧିମତା, ସୌନ୍ଦର୍ଯ୍ୟ ଏବଂ ଉଦାରତା ସହିତ ବିଶ୍ୱକୁ ପରିବର୍ତ୍ତନ କରିପାରିବେ, କିନ୍ତୁ ସର୍ବୋପରି ପ୍ରକୃତି ସେମାନଙ୍କୁ ସନ୍ତାନ ପ୍ରସବ କରିବାକୁ ବାଛିଛି ।

ପୁଟିନ କହିଛନ୍ତି ଯେ, ଜଣେ ମହିଳା ମା ହେବା ଏକ ଅଦ୍ଭୁତ ମୁହୂର୍ତ୍ତ । ସେ କହିଛନ୍ତି ଯେକୌଣସି ମହିଳାଙ୍କ ପାଇଁ ପରିବାର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ, ତେଣିକି ସେ କେଉଁ ଚାକିରି କରନ୍ତୁ ବା କେତେ ଉଚ୍ଚତା ହାସଲ କରିଛନ୍ତି, ପରିବାର ଚଳାଇବା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ।

ପୁଟିନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ପରିବାରର ହିତ କିମ୍ବା ଆବଶ୍ୟକତା ପଡ଼ିଲେ ଆମର ଧ୍ୟାନ ହେଉଛି ପ୍ରାଥମିକତା । ରାଷ୍ଟ୍ରପତି ଆଶ୍ୱାସନା ଦେଇଛନ୍ତି ଯେ ଋଷର ପରିବାରମାନଙ୍କୁ ସାହାଯ୍ୟ କରିବା ପାଇଁ ୠଷ କର୍ତ୍ତୃପକ୍ଷ ଯଥାସମ୍ଭବ ଉଦ୍ୟମ କରିବେ । ସମ୍ବୋଧନରେ ପୁଟିନ ଆହୁରି ମଧ୍ୟ ଦୋହରାଇଛନ୍ତି ଯେ ୨୦୨୪ ହେଉଛି ଋଷର ‘ପରିବାର’ର ବର୍ଷ ।

ମହିଳାମାନଙ୍କୁ ସମ୍ବୋଧିତ କରି ୠଷର ରାଷ୍ଟ୍ରପତି କହିଛନ୍ତି ଯେ ଆପଣ ଅତ୍ୟନ୍ତ ଜଟିଳ କାର୍ଯ୍ୟ କରନ୍ତି ଏବଂ ଠିକ୍ ସମୟରେ କାର୍ଯ୍ୟ କରିବାର ଆପଣଙ୍କ ଦକ୍ଷତା ଦ୍ୱାରା ଆମେ ପ୍ରଭାବିତ । ପୁଟିନ ମହିଳାମାନଙ୍କୁ ବହୁତ ପ୍ରଶଂସା କରି କହିଥିଲେ, “ଆପଣ ଆକର୍ଷଣୀୟ ଏବଂ ସୁନ୍ଦର ହୋଇ ଅନେକ ସମସ୍ୟା ଏବଂ ଚିନ୍ତାର ସମ୍ମୁଖୀନ ହୁଅନ୍ତି । ଏହା ବରେ କେହି ଆପଣଙ୍କୁ କିପରି ପ୍ରଶଂସା କରିପାରିବ ନାହିଁ?’ଋଷର ଜନ୍ମ ହାର ବୃଦ୍ଧି ପାଇଁ ପୁଟିନ ଏକ ଅଭିଯାନକୁ ଜୋରଦାର କରିଛନ୍ତି ।

Get real time updates directly on you device, subscribe now.