fbpx

ଲାଲ ଟମାଟ ଠାରୁ ଅଧିକ ଉପଯୋଗୀ ସବୁଜ ଟମାଟ, ଖାଇଲେ ମିଳିଥାଏ ଶରୀରକୁ ଫାଇଦା

ନୂଆଦିଲ୍ଲୀ : ଆମ ରୋଷେଇର ମହତ୍ତ୍ୱପୂର୍ଣ୍ଣ ଜିନିଷ ହେଉଛି ଟମାଟ । ଏହା ଏମିତି ଏକ ପରିବା ଯାହାକୁ ପ୍ରତ୍ୟେକ ଖାଇବା ଜିନିଷରେ ବ୍ୟବହାର କରାଯାଏ । ଡାଲି ଠାରୁ ଆରମ୍ଭ କରି ପ୍ରତ୍ୟେକ ତରକାରୀରେ ଲାଲ ଟମାଟ ବ୍ୟବହୃତ ହୁଏ । ବଜାରରେ ସମସ୍ତ ପରିବା ଦୋକାନ ହେଉ ବା ଠେଲା ସବୁ ସ୍ଥାନରେ ଟମାଟ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି ସବୁଜ ଟମାଟ ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ । ଏହା ଭିଟାମିନ, ଖଣିଜ ପଦାର୍ଥ, ପୃଷ୍ଟିକର ତତ୍ୱରେ ପରିପୁର୍ଣ୍ଣ ଅଟେ । ଯାହା ଆପଣଙ୍କ ମାନସିକ ସ୍ତରକୁ ଉନ୍ନତ କରିବାରେ ସାହାଯ୍ୟ କରେ ।

ବାସ୍ତବରେ ସବୁଜ ଟମାଟୋ ମଧ୍ୟ ଲାଲ ଟମାଟୋର ଏକ ରୂପ ଯାହା ଲାଲ୍ ଟମାଟ ଠାରୁ ସାମାନ୍ୟ ଭିନ୍ନ । ପୁଷ୍ଟିକର ଦୃଷ୍ଟିରୁ ସବୁଜ ଟମାଟର ଅତ୍ୟନ୍ତ ଉପକାରୀ ଅଟେ । ଏଥିରେ ଭିଟାମିନ୍, ଫାଇବର, ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍ ସହିତ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ସବୁଜ ଟମାଟରେ ମିଳୁଥିବା ପୋଷକ ତତ୍ତ୍ୱ ମଧ୍ୟ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଆଖିର ଦୃଷ୍ଟି ଶକ୍ତି ଠାରୁ ଶରୀରର ପ୍ରତିରକ୍ଷା ପ୍ରଣାଳୀ ପର୍ଯ୍ୟନ୍ତ ଶକ୍ତିଶାଳୀ ରଖିବାରେ ସବୁଜ ଟମାଟ ବହୁତ ଲାଭଦାୟକ ଭାବେ ପ୍ରମାଣିତ ହୋଇଛି । ନାଲି ଟମାଟ ତୁଳନାରେ ସବୁଜ ଟମାଟୋ ସାମାନ୍ୟ ଖଟା ହୋଇଥାଏ । କିଛି ଲୋକ ଏହି ଟମାଟର ଆଚାର ତିଆରି କରିବାକୁ ମଧ୍ୟ ପସନ୍ଦ କରନ୍ତି । ଆସନ୍ତୁ ଜାଣିବା ସବୁଜ ଟମାଟୋ ଖାଇବାରେ କଣ ରହିଛି ଲାଭ ।

ସବୁଜ ଟମାଟୋର ମୁଖ୍ୟ ଉପାଦାନ ସହ ଫାଇଦା :

1. ଭିଟାମିନ୍-ସି ର ଉତ୍ସ :
-ସବୁଜ ଟମାଟ ଭିଟାମିନ୍-ସି ର ଏକ ଉତ୍ତମ ଉତ୍ସ, ଯାହା ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରେ ଏବଂ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ ।

2. ଫୋଲିକ୍ ଏସିଡ୍ ରେ ଭରପୂର :
-ଏଥିରେ ଭଲ ପରିମାଣର ଫୋଲିକ୍ ଏସିଡ୍ ଥାଏ, ଯାହା ଗର୍ଭବତୀ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗର୍ଭାବସ୍ଥାରେ ଶିଶୁର ଗଠନ ପାଇଁ ଏହା ଜରୁରୀ ଅଟେ ଏବଂ ଏହା ସ୍ନାୟୁଗତ ବିକାଶକୁ ପ୍ରୋତ୍ସାହିତ କରିଥାଏ ।

3. ହାଡକୁ ମଜବୁତ ରଖେ :
– ଯଦି ଆପଣଙ୍କର ହାଡ ଦୁର୍ବଳ ଏବଂ ଆପଣଙ୍କ ଶରୀରରେ ଲଗାତାର ଯନ୍ତ୍ରଣା ହେଉଛି, ତେବେ ଆପଣ ସବୁଜ ଟମାଟ ଖାଇବା ଉଚିତ୍ । ବାସ୍ତବରେ, ସବୁଜ ଟମାଟରେ ଅନେକ ଭିଟାମିନ୍ ମିଳିଥାଏ, ଯାହା ହାଡକୁ ମଜବୁତ କରିଥାଏ ଏବଂ ସେମାନଙ୍କର ଘନତା ବଢ଼ାଇଥାଏ ।

4. ରକ୍ତଚାପକୁ ନିୟନ୍ତ୍ରଣ କରେ :
-ସବୁଜ ଟମାଟ ଖାଇବା ଦ୍ୱାରା ଆପଣଙ୍କ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ରହିଥାଏ । ବାସ୍ତବରେ, ସବୁଜ ଟମାଟରେ ସୋଡିୟମର ପରିମାଣ କମ୍ ଏବଂ ପୋଟାସିୟମର ପରିମାଣ ଅଧିକ ଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

5. ଚର୍ମ ପାଇଁ ଲାଭଦାୟକ :
-ସବୁଜ ଟମାଟ ଆପଣଙ୍କ ତ୍ୱଚା ପାଇଁ ବହୁତ ଉପଯୋଗୀ ଅଟେ । ଏଥିରେ ଥିବା ଭିଟାମିନ୍-ସି ଆପଣଙ୍କ ଚର୍ମକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବା ଦେଖାଯିବାରେ ସାହାଯ୍ୟ କରିବ ।

Get real time updates directly on you device, subscribe now.