fbpx

ଗ୍ରୀଡକୋ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଜାରି ହେଲା: ସେକ୍ରେଟାରିଆଲ ଷ୍ଟାଫ ଟୁ ଡାଇରେକ୍ଟର୍ସ ପଦରେ ଦିଆଯିବ ନିଯୁକ୍ତି

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଗ୍ରୀଡକୋ ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ସେକ୍ରେଟାରିଆଲ ଷ୍ଟାଫ ଟୁ ଡାଇରେକ୍ଟର୍ସ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ହୋଇଥିବା ଆପ୍ଲିକେସନ ଫର୍ମାଟ ସହିତ ସମସ୍ତ ଡକ୍ୟୁମେଣ୍ଟକୁ ସ୍ପିଡ ପୋଷ୍ଟ କିମ୍ବା ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ । ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ପ୍ରାର୍ଥୀମାନେ ସବିଶେଷ ତଥ୍ୟ ପାଇ ପରିବେ ।

ଚଳିତ ବର୍ଷ ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୬୩ ବର୍ଷରୁ ଅଧିକ ହୋଇ ନଥିବ । କେନ୍ଦ୍ର ଓ ରାଜ୍ୟ ସରକାର ଓ ପିଏସୟୁରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ସିନିୟର ବ୍ୟକ୍ତିଗତ ସଚିବ, ବ୍ୟକ୍ତିଗତ ସଚିବ, ପର୍ସନାଲ ଆସିଷ୍ଟାଣ୍ଟ ପ୍ରାର୍ଥୀ ଏଥିରେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କୁ ମାସିକ ବେତନ ଭାବେ ୩୫ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରାର୍ଥୀଙ୍କୁ କଣ୍ଟ୍ରାକଚୁଆଲ ଭିତ୍ତିରେ ଏହି ନିଯୁକ୍ତି ଦିଆଯିବ ।

ଏହି ପଦରେ କାର୍ଯ୍ୟ କରିବା ସମୟରେ ପ୍ରାର୍ଥୀଙ୍କୁ ଯାତ୍ରା ଭତ୍ତା ପ୍ରଦାନ କରାଯିବ । ମାତ୍ର ମହଙ୍ଗା ଭତ୍ତା କି ଅନ୍ୟ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯିବ ନାହିଁ । ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କୁ ୧ ବର୍ଷ ପାଇଁ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କର ପ୍ରଦର୍ଶନ ଓ କମ୍ପାନୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାହାକୁ ନବୀକଣ କରାଯାଇପାରେ । ମାତ୍ର ୬୫ ବର୍ଷ ପରେ ପ୍ରାର୍ଥୀଙ୍କ କଣ୍ଟ୍ରାକ୍ଟ ପିରିୟଡ଼କୁ ବୃଦ୍ଧି କରାଯିବ ନାହିଁ । ପ୍ରାର୍ଥୀଙ୍କୁ ଏଥିପାଇଁ କିଛି ସର୍ତ୍ତ ମାନିବାକୁ ପଡ଼ିବ । ଆସନ୍ତା ୨୬ ତାରିଖ ସୁଦ୍ଧା ଆଗ୍ରହୀ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ଫର୍ମ ପଠାଇବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ: https://www.gridco.co.in/recruitment.aspx

Get real time updates directly on you device, subscribe now.