fbpx

୭ମ ଥର ବାପା ହେଲେ ଏଲନ୍ ମସ୍କ, ନ୍ୟୁବର୍ନ ବେବିର ରଖିଲେ ଅଜବ ନାମ; ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ହଲିଉଡ୍ ଗାୟିକା ଗ୍ରିମ୍ସ ପୁଣିଥରେ ମାଆ ହୋଇଛନ୍ତି । ଟେସଲା ସିଇଓ ଏଲନ୍ ମସ୍କଙ୍କ ସହିତ ଗ୍ରିମ୍ସ ନିଜର ଦ୍ୱିତୀୟ ଶିଶୁକୁ ଦୁନିଆକୁ ସ୍ୱାଗତ କରିଛନ୍ତି । ୩୩ ବର୍ଷୀୟା ଗ୍ରିମ୍ସ ଭ୍ୟାନିଟି ଫେୟାର୍ ମାଗାଜିନରେ ଦେଇଥିବା ଏକ ଇଣ୍ଟରଭିୟୁରେ ଏହି କଥାର ଖୁଲାସା କରିଛନ୍ତି । ଏହା ପୂର୍ବରୁ ଗ୍ରିମ୍ସ ଓ ଏଲନ୍ ମସ୍କଙ୍କର ଏକ ୨ ବର୍ଷର ପୁଅ ରହିଛି । ଯାହାର ନାମ ହେଲା X Æ A-12 । ତେବେ ଏଲନ୍ ନିଜ ପିଲା ମାନଙ୍କ ନାମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏବେ ପୁଣି ନିଜର ୭ମ ଝିଅର ନାମ ମଧ୍ୟ ଅଜବ ରଖିଛନ୍ତି ।

୫୦ ବର୍ଷୀୟ ଏଲନ୍ ମସ୍କ ଓ ୩୩ ବର୍ଷୀୟା ଗ୍ରିମ୍ସ ଡିସେମ୍ବର ୨୦୨୧ ରେ କାହାର ଅଜାଣତରେ ଗୁପଚୁପ୍ ତରିକାରେ ନିଜର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ସେମାନେ ନିଜ ଝିଅକୁ ସରୋଗେସୀ ମାଧ୍ୟମରେ ଜନ୍ମ ଦେଇଛନ୍ତି । ଏଥର ବି ଝିଅର ଅଜବ ରଖିଛନ୍ତି । ଝିଅର ନାମ ରଖିଛନ୍ତି Exa Dark Sideræl । ଏହସହିକ୍ତାର ନିକ୍ ନେମ୍ ହେଉଛି ୱାଇ । ଏ ହେଉଛି ଏଲନ୍ ମସ୍କଙ୍କର ୭ମ ସନ୍ତାନ ।

ଏହା ପୂର୍ବରୁ ଏଲନ୍ ମସ୍କଙ୍କ ପ୍ରଥମ ସ୍ତ୍ରୀ ଜଷ୍ଟିନ୍ ୱିଲସନ୍ ଙ୍କ ଦ୍ୱାରା ୫ଟି ସନ୍ତାନକୁ ଦୁନିଆକୁ ଆଣିଛନ୍ତି । ସେମାନଙ୍କ ନାମ ହେଲା; Xavier Musk, Griffin Musk, Kai Musk, Saxon Musk ଓ Damian Musk । ସେହିପରି ୨୦୨୦ରେ ଗ୍ରିମ୍ସଙ୍କ ସହିତ ମସ୍କଙ୍କର ୬ଷ୍ଠ ସନ୍ତାନକୁ ସ୍ୱାଗତ କରିଥିଲେ ।

Get real time updates directly on you device, subscribe now.