fbpx
BSKY
BJD MC SKY
BJD YOUTH SKY

ବାହାଘର ଖୁସିରେ ଉଛୁଳି ପଡୁଥିଲା ଘର, ଗୋଟିଏ ମିନିଟରେ ସବୁ ସରିଗଲା, ବିଦ୍ୟୁତ୍ ଆଘାତରେ ଚାଲିଗଲା ବରର ଜୀବନ

ନୂଆଦିଲ୍ଲୀ: ବିବାହ ହେଉଛି ଜୀବନର ଏକ ଖୁବ୍ ସୁନ୍ଦର ମୁହୁର୍ତ୍ତ । ଯାହାକୁ ପ୍ରତିଟି ବ୍ୟକ୍ତି ସ୍ମରଣୀୟ କରିବାକୁ ଚାହେଁ । ତେବେ ବିବାହ ପରେ ଏବଂ ପୂର୍ବରୁ କପଲ୍ ମାନେ ଫଟୋସୁଟ୍ କରିଥାନ୍ତି । ଏବେ ଏକ ଏପରି ମାମଲା ସାମନାକୁ ଆସିଛି ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଫଟୋ ସୁଟ୍ ସମୟରେ ଏକ ଏପରି ଘଟଣା ଘଟିଲା ଯେଉଁଥିରେ ବରର ମୃତ୍ୟୁ ହୋଇଯାଇଛି । ବିଦ୍ୟୁତ୍ ଆଘାତ କାରଣରୁ ବରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହିଭଳି ଏକ ଘଟଣା ଘଟିଛି ବ୍ରାଜିଲ୍ ର ଏକ ସହରରେ ।

ରିପୋର୍ଟ ମୁତାବକ, ଜଣେ ଡାକ୍ତର ନିଜ ବିବାହର ଗୋଟିଏ ଦିନ ପୂର୍ବରୁ ନିଜ ମଙ୍ଗେତରଙ୍କ ସହିତ ଫଟୋସୁଟ୍ କରୁଥିଲେ । ଏହି ସମୟରେ ଫଟୋଗ୍ରାଫର୍ ନିଜର ପୂରା ଟିମ୍ କୁ ନେଇ ଆସିଥିଲେ ଏବଂ ପୂରା ପ୍ରସ୍ତୁତି କରିସାରିଥିଲେ । ଏହା ଭିତରେ ବର ଗୋଟିଏ ଲୁହା ରଡ୍ କୁ ହାତରେ ଧରିଦେଲେ ଯେଉଁଥିରେ ହାଇ ଭୋଲଟେଜ୍ ର ବିଦ୍ୟୁତ୍ ସଂଯୋଗ ହୋଇଥିଲା । ବର ତାର ସଂସ୍ପର୍ଶରେ ଚାଳି ଆସିଥିଲେ । ଏହାପରେ ତାଙ୍କୁ ଖୁବ୍ ଜୋରରେ ବିଦ୍ୟୁତ୍ ଆଘାତ ଲାଗିଥିଲା ।

ଏହାପରେ ସେ ହଠାତ୍ ତଳେ ପଡ଼ିଯାଇଥିଲେ । ହାଇ ଭୋଲଟେଜ୍ ବିଦ୍ୟୁତ୍ ର ସଂସ୍ପର୍ଶରେ ଆସିବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଆମ୍ବୁଲାନ୍ସରେ ଡାକ୍ତରଖାନା ନେବା ବେଳକୁ ଡାକ୍ତରଙ୍କ ମୃତ୍ୟୁ ହୋଇସାରିଥିଲା । ମୃତ ୩୧ ବର୍ଷିୟ ଡାକ୍ତରଙ୍କ ନାଁ ହେଉଛି ଡେନିସ୍ ରିକାର୍ଡୋ ଫାରିଆ ଗୁରଗେଲ୍ ।

Get real time updates directly on you device, subscribe now.