fbpx
BSKY SKY
BSKY SKY

ମଙ୍ଗଳ ଗ୍ରହରେ ୧ ବର୍ଷ ବିତେଇବାକୁ ଚାହୁଁଛନ୍ତି କି? ଏହି ଲୋକମାନେ କରନ୍ତୁ ଆବେଦନ

BSKY

ନୂଆଦିଲ୍ଲୀ: ନାସା ମଙ୍ଗଳ ଗ୍ରହ ପରି ସ୍ଥାନରେ ଗୋଟିଏ ବର୍ଷ ବିତାଇବା ପାଇଁ ଚାରି ଲୋକଙ୍କ ଆବେଦନ ମଗାଇଛି ଆମେରିକା ଅନ୍ତରୀକ୍ଷ ଏଜେନ୍ସି । ଅନ୍ତରୀକ୍ଷ ଯାତ୍ରୀଙ୍କୁ ମଙ୍ଗଳ ଗ୍ରହକୁ ପଠାଇବା ପୂର୍ବରୁ ସେମାନଙ୍କୁ ଭବିଷ୍ୟତର ମିଶନ ସମୟରେ ସମ୍ମୁଖୀନ ହେବାକୁ ଥିବା ବିଭିନ୍ନ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି କରାଇବାକୁ ଚାହୁଁଛି ।

ସୂଚନା ଯେ, ଶୁକ୍ରବାର ଦିନ ନାସା ପକ୍ଷରୁ ମଙ୍ଗଳ ଗ୍ରହ ପରି ପରିବେଶ ଏବଂ ପରିସ୍ଥିତି ଥିବା ସ୍ଥାନରେ ଗୋଟିଏ ବର୍ଷ ସମୟ ଅତିବାହିତ କରିବାକୁ ଆବେଦନ ମଗାଇଛି। ଇଚ୍ଛୁକ ବ୍ୟକ୍ତି ମାନେ ୧୭୦୦ ବର୍ଗ ଫୁଟ୍ରେ ବ୍ୟାପ୍ତ ୩ଡି-ପ୍ରିଣ୍ଟର ଦ୍ଵାରା ନିର୍ମିତ ମାର୍ସ ଡ୍ୟୁନ୍ ଉଲଫାରେ ରହିବେ। ଏହା ହ୍ୟୁଷ୍ଟନରେ ଜନସନ ସ୍ପେସ୍ ସେଣ୍ଟରର କୋଠାରେ ରହିଛି। ନାସାର ପ୍ରେସ ବିବୃତ୍ତିରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।

ମଙ୍ଗଳ ପରି ସମାନ ପରିସ୍ଥିତି ଥିବା ଏହି ସ୍ଥାନରେ କେବଳ ଚାରି ଜଣ ଲୋକଙ୍କୁ ଅତିବାହିତ କରିବାକୁ ପଡିବ। ନାସାର ଏହି ମିଶନ୍ ସେପ୍ଟେମ୍ବର ୧ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଚାଲିବ। ଆବେଦନ କେବଳ ଆମେରିକା ନାଗରିକ କରି ପାରିବେ। ଏମାନଙ୍କର ବୟସ ୩୦ ରୁ ୫୫ ବର୍ଷ ହେବା ଉଚିତ୍। ଏହା ବ୍ୟତୀତ ଆବେଦନକାରୀଙ୍କୁ ଇଂରାଜୀରେ ଭଲ ଦକ୍ଷତା ରହିଥିବା ଜରୁରୀ। ଶାରୀରିକ ସ୍ଵାସ୍ଥ୍ୟ ସମସ୍ୟା ନଥିବ ଏବଂ ଧ୍ରୁମପାନ କରୁନଥିବେ।

ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଇଞ୍ଜିନିୟରିଂ, ଗଣିତ କିମ୍ବା ଜୈବିକ, ଭୌତିକ କିମ୍ବା କମ୍ପ୍ୟୁଟର ବିଜ୍ଞାନ ପରି ବିଷୟରେ ମାଷ୍ଟର ଡିଗ୍ରୀ କିମ୍ବା ସର୍ବନିମ୍ନ ଦୁଇ ବର୍ଷର ଏସଟିଇଏମ ଅନୁଭବ ରହିଥିବା ଉଚିତ୍। ମଙ୍ଗଳର ପରିବେଶ ଯେମିତି ରହିଛି ଠିକ୍ ସେହି ଭଳି ୧୭୦୦ ବର୍ଗ ଫୁଟ୍ରେ ବ୍ୟାପ୍ତ ସ୍ଥାନରେ ୩ଡି-ପ୍ରିଣ୍ଟର ଦ୍ଵାରା ନିର୍ମିତ ମାର୍ସ ଡ୍ୟୁନ୍ ଉଲଫା ପ୍ରସ୍ତୁତ କରାଯାଇଛି। ସେଥିରେ ରହୁଥିବା ଲୋକେ ସିମ୍ୟୁଲେଟେଡ୍ ସ୍ଵେସଓ୍ଵାକ୍, ବୈଜ୍ଞାନିକ ଅନୁସନ୍ଧାନ ଏବଂ ରୋବୋଟ୍ ନିୟନ୍ତ୍ରଣ ବ୍ୟବହାର କରି ପାରିବେ।

Get real time updates directly on you device, subscribe now.