fbpx
BSKY SKY
BSKY SKY

ପୁଲିସ ପଞ୍ଝାରେ ରସିକିଆ ବର, ଟଙ୍କା ପାଇଁ କରିଥିଲା ଏକାଧିକ ବିବାହ

BSKY

ଭୁବନେଶ୍ୱର(ଓଡିଶା ଭାସ୍କର): ଧନୀ ଝିଅ ସାବଧାନ । ଟିକେ ଅସାବଧାନ ଆପଣଙ୍କୁ ଭୟଙ୍କର ଭାବେ ଫସାଇ ଦେଇପାରେ । ସାବଧାନ ଥାଆନ୍ତୁ ଶୋ ଅଫ୍ ବରପାତ୍ରଙ୍କ ଠାରୁ । ଏମିତି ଯୁବକଙ୍କ ହାବୁଡ଼ରେ ପଡିବ ପୂର୍ବରୁ ଭଲ ଭାବରେ ପରଖନ୍ତୁ । କାରଣ ଆଜି ଏହିଭଳି ଏକ ଶୋ ଅଫ୍ ବରପାତ୍ର ପୁଲିସ ପଞ୍ଝାରେ ପଡିଛନ୍ତି । ନାଁ ପ୍ରିୟବ୍ରତ ମିଶ୍ର, ପରିଚୟ ବିଲଡର, ସଉକ୍ ଧନିଝିଅ ଦେଖି ଫସେଇବା ଆଉ ଟଙ୍କା ଲୁଟିବା ପରେ ନିଯ୍ୟାତନା ଦେଇ ଛାଡ଼ିଦେବା । ଚାରି ଚାରି ଥର ବାହାଘର ଖେଳ ଖେଳି ସାରିଛି ପ୍ରିୟବ୍ରତ । ଆଉ ସାଥ୍ ଦେଇଛନ୍ତି ବାପା ମା । ଏହିଭଳି ଏକ ମାମଲା ଏବେ ସାମନାକୁ ଆସିଛି । ଯାହାକି ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ପ୍ରିୟବ୍ରତଙ୍କ ପ୍ରଥମ ସ୍ତ୍ରୀଙ୍କ କହିବା ଅନୁସାରେ, ୧୫ ଜୁଲାଇ ୨୦୧୮ରେ ପ୍ରିୟବ୍ରତଙ୍କୁ ସେ ବିବାହ କରିଥିଲେ । ବିବାହ ସମୟରେ ଦାମୀ ମର୍ସିଡିଜ କାର୍‌ ଓ ୨୧ ଲକ୍ଷ ଯୌତୁକରେ ଆଣିଥିଲେ । ସୁନାଗହଣା ଆଦି ସବୁ ଜିନିଷର ବିଲ୍‌ ମଧ୍ୟ ନିଜ ନାଁରେ କରାଇ ନେଇଥିଲେ। ହେଲେ ବିବାହର ୭ ଦିନ ହଠାତ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା । ଆଉ ସେ ୧୦ ଦିନ ଭିତରେ ଆଉ ଜଣେ ଝିଅ ସହ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ । ଖାଲି ସେତିକି ନୁହେଁ ଗର୍ଭବତୀ ହେବାରୁ ଛୁଆ ତାଙ୍କର ନୁହେଁ ବୋଲି କହି ଅନେକ ନିର୍ଯାତନା ଦେଲେ। ଏହାପରେ ମେଡିସିନ ଦେବାକୁ ଡାକ୍ତର ପାଖକୁ ନେଇକି ଗଲେ। ବହୁ ଝିଅଙ୍କ ସହ ସମ୍ପର୍କକୁ ନେଇ ଆମ ଭିତରେ ଗଣ୍ଡଗୋଳ ହେବାରୁ ସ୍ୱାମୀ ଓ ତାଙ୍କ ବାପାମା’ ବି ତାଙ୍କ ଉପରେ ବହୁ ଅତ୍ୟାଚାର କରୁଥିଲେ ।

ସେହିପରି ଅନ୍ୟ ଜଣେ ଯୁବତୀ କହିଛନ୍ତି ଯେ, ଗତ ଫେବୃୟାରୀ ମାସରେ ତାଙ୍କର ବିବାହ ହୋଇଥିଲା । ବିବାହ ସମୟରେ ୨୪ ଲକ୍ଷ ଟଙ୍କା ଯୌତୁକ ନେଇଥିଲେ । ହେଲେ ସେଥିରେ ଶାଶୁ ଘର ଲୋକ ଖୁସି ନ ଥିଲେ । ଏକ ମାସ ପରେ ଅନ୍ୟ ଜଣେ ମହିଳା ଆସି ଘର ଆଗରେ ପାଟି କରିବାରୁ ସ୍ୱାମୀ ଧୋକେବାଜ ବୋଲି ଜାଣିପାରିଥିଲେ । ସେ ସ୍ତ୍ରୀ ଲୋକଜଣକ ତାଙ୍କ ପ୍ରଥମ ସ୍ତ୍ରୀ ବୋଲି ଜାଣିବାକୁ ପାଇଲି । ପ୍ରିୟବ୍ରତ କେବଳ ପଇସା ଓ ଖୁସି ପାଇଁ ବିବାହ କରୁଥିବା କହିଛନ୍ତି ତାଙ୍କ ଦ୍ୱିତୀୟ ପତ୍ନୀ।

ଏପରି ଭାବରେ ଗୋଟିଏ ପରେ ଗୋଟିଏ ଧୋକାର କାହାଣୀ ଉପରୁ ପରଦା ଉଠିଥିଲା । ନିଜକୁ ଜଣେ ବିଲଡର ବୋଲି କହି ଝିଅ ମାନଙ୍କୁ ଭଣ୍ଡେଇବା ତାଙ୍କର ସଉକ ଥିବା ଜଣାପଡିଛି । କିନ୍ତୁ ଘଟଣା ଉପରୁ ପରଦା ଉଠିବା ପରେ ବି ଅଭିଯୁକ୍ତ ବିଲଡର ନିଜ ଦୋଷ ମାନିବାକୁ ନାରାଜ୍ । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ ସେ ଏକାଧିକ ବିବାହ କଥାକୁ ଖଣ୍ଡନ କରିଛି ।

Get real time updates directly on you device, subscribe now.