fbpx

ଚାଷ ପାଇଁ ଲକ୍ଷେ କୋଟି : କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆମୂଳଚୂଳ ପରିବର୍ତ୍ତନ ପରେ ଗୁରୁବାର ବଡ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ଚାଷୀ ଓ ଚାଷର ଉନ୍ନତି ପାଇଁ ୧ ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ କ୍ୟାବିନେଟ ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହି ଘୋଷଣା କରିଛନ୍ତି । ଏହା ସହିତ ମଣ୍ଡି ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ପାଇଁ ମଧ୍ୟ ସରକାର ଘୋଷଣା କରିଛନ୍ତି । ଗତବର୍ଷ ଲାଗୁ କରାଯାଇଥିବା ନୂତନ କୃଷି ଆଇନ ଏବଂ ଏପିଏମସିକୁ ନେଇ ସ୍ପଷ୍ଟ କରିଛନ୍ତି ତୋମର । ଏପିଏମସି ଏବଂ ମଣ୍ଡି ବ୍ୟବସ୍ଥା ପୂର୍ବପରି ବଳବତ୍ତର ରହିବ ବୋଲି ତୋମର ଘୋଷଣା କରିଛନ୍ତି । ଏପିଏମସି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏହି ଅର୍ଥ ବିନିଯୋଗ କରାଯିବ ବୋଲି ତୋମର କହିଛନ୍ତି । ଏହା ସହିତ କୋଭିଡ ମୁକାବିଲା ପାଇଁ ରାଜ୍ୟ ଗୁଡିକୁ ୨୩୧୨୩ କୋଟିର ଅର୍ଥବ୍ୟବସ୍ଥା କରାଯାଇଛି ।

ଯଦି କୌଣସି ବ୍ୟକ୍ତି, ସଂସ୍ଥା ବା ଏଗ୍ରି ଷ୍ଟାର୍ଟଅପ୍ ପାଇଁ ୨ କୋଟି ପର୍ଯ୍ୟନ୍ତ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହା ଉପରେ ୩ ପ୍ରତିଶତ ସୁଧ ଛାଡ କରାଯିବା ନେଇ ମଧ୍ୟ ଘୋଷଣା କରାଯାଇଛି । ଅଲଗା ଅଲଗା ଅଞ୍ଚଳରେ ଏକାଧିକ ପ୍ରକଳ୍ପ କଲେ ୨୫ରୁ ଅଧିକ ପ୍ରକଳ୍ପ ପାଇଁ ଅଲଗା ଅଲଗା ଋଣ ପ୍ରଦାନ କରାଯାଇ ପାରିବ । ରାଜ୍ୟ ସରକାରଙ୍କ କୃଷି ସଂସ୍ଥା ଗୁଡିକ ପାଇଁ ଏହି ନିୟମ ଲାଗୁ କରାଯିବ ନାହିଁ ।

Get real time updates directly on you device, subscribe now.