fbpx

ଆଇଟି କମ୍ପାନିଗୁଡ଼ିକୁ ଗାଇଡ଼ଲାଇନ

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେଥିରେ ଆଇଟି କମ୍ପାନୀଗୁଡ଼ିକୁ ଗାଇଡ଼ ଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ୱିନି ସିଟି କଟକ ଓ ଭୁବନେଶ୍ୱରରେ ଥିବା ଆଇଟି ଫାର୍ମଗୁଡ଼ିକୁ ନୋଟିସ ଜାରି ହୋଇଛି ।୧୪ଦିନ ମଧ୍ୟରେ ବିଦେଶ ଯାଇଥିଲେ ସେହି କର୍ମଚାରୀମାନେ ଅଫିସ୍ ଆସିପାରିବେ ନାହିଁ । ସେତିକି ଦିନ ସେମାନେ ଘରେ ରହି କାମ କରିବେ । ଏହାସହ ଥଣ୍ଡା, କାଶ, ଜ୍ୱର ହୋଇଥିଲେ ମଧ୍ୟ କର୍ମଚାରୀ ଅଫିସ ଆସିବେନି ବୋଲି ପୋଲିସ କମିଶନର କହିଛନ୍ତି । ନିର୍ଦ୍ଦେଶ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅସୁସ୍ଥ ଅନୁଭବ କଲେ କ୍ୱାରେଣ୍ଟାଇନରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ଏହାସହ ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସେ କହିଛନ୍ତି । ସପିଂ ମଲ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ କ୍ଷୀର, ଫଳ ଓ ପନିପରିବା ଭଳି ଦୋକାନ ଖୋଲାରହିବା ନେଇ ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.