fbpx

ଆରଟିଓ ଓ ବସ୍ ପାଇଁ ମନ୍ତ୍ରୀଙ୍କ କଟକଣା

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): କାରୋନ ଭୟରେ ସାରା ଦେଶ ଚିନ୍ତିତ । ଆରଟିଓ ସେଣ୍ଟରରେ ଭିଡ ରୋକିବାକୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ । ନିର୍ଦ୍ଦେଶ ଅନୁସାରେ, ଆରଟିଓ ଅଫିସରରେ ୫୦ରୁ ଅଧିକ ଆବେଦନକାରୀ ରହିପାରିବେନି । ଯେଉଁ ଆବେଦନକାରୀଙ୍କୁ ଫୋନ୍ ଯିବ ସେମାନେ କେବଳ ଉପସ୍ଥିତ ରହିବେ । ଏନେଇ ଆରଟିଓଙ୍କୁ ଚିଠି ପରିବହନ ବିଭାଗ ଲେଖିବ ବୋଲି ଆଜି ସୂଚନା ଦେଇଛନ୍ତିି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଅନ୍ୟପଟେ ଘରୋଇ ବସ୍ ମାଲିକ ସଂଘ ସହ ପରିବହନ ବିଭାଗର ଆଲୋଚନା ହୋଇଛି । ବୈଠକ ପରେ ମନ୍ତ୍ରୀ ପଦ୍ମାନଭ ବେହେରା କହିଛନ୍ତି ଯେ, ‘ମୁଖ୍ୟ ବସଷ୍ଟାଣ୍ଟରେ ଯାତ୍ରୀମାନଙ୍କୁ ମାସ୍କ ଯୋଗାଇଦେବାକୁ ବ୍ୟବସ୍ଥା ହେବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯିବ । ବଜାରରେ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ନଥିବାରୁ ବସଗୁଡିକରେ ସ୍ୱଚ୍ଛତା ରଖିବାକୁ ବସ୍ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।’

ସିଟରୁ ଅଧିକ ଯାତ୍ରୀଙ୍କୁ ବସ୍ ନେଇପାରିବ ନାହିଁ ବୋଲି କୁହାଯାଇଛି । ବସରେ ଯେପରି ଅଧିକ ଭିଡ ନହୁଏ ସେନେଇ ଗୁରୁତ୍ୱ ଦିଆଯିବ । ବସଷ୍ଟାଣ୍ଟରେ ବଡ ସମାଗମ ନକରିବାକୁ ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.