fbpx

ହୋଲି ପାଇଁ ଆସିଲା ଗାଇଡଲାଇନ୍, ନ ମାନିଲେ…

ହୋଲିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି ।

ଭୁବନେଶ୍ୱର,୨୦ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ପୁଣି ଥରେ ସକ୍ରିୟ ହେବାରେ ଲାଗିଛି ।

ହୋଲିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି ।

ହୋଲି ପାଇଁ ଜାରି ହୋଇଥିବା ମାର୍ଗଦର୍ଶିକା ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ହୋଲିରେ ଏସଆରସିଙ୍କ ଦ୍ୱାରା ଦିଆଯାଇଥିବା ଗାଇଡଲାଇନ୍ କଡାକଡି ଭାବେ ପାଳନ ହେବ ।

ଏନେଇ ଦୋଳ ଓ ହୋଲି ପାଇଁ ଅଲଗା ଅଲଗା ନିୟମ ଜାରି କରିଛନ୍ତି ସରକାର । ସର୍ବସାଧାରଣରେ ହୋଲି ଖେଳିବା ଉପରେ ରୋକ୍ ଲାଗିଛି ।

ନିଜ ଘରେ ରହି ପରିବାର ସଦସ୍ୟଙ୍କ ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି ।

ରଙ୍ଗ ଦୋକାନ ଖୋଲିବା ଉପରେ କୌଣସି କଟକଣା ନାହିଁ ।

ଏହା ସହ ଦୋଳ ଯାତ୍ରାରେ ପ୍ରତି ବିମାନ ସହ ସର୍ବାଧିକ ୫ରୁ ୬ ଜଣଙ୍କୁ ଅନୁମତି ଦିଆଯାଇଛି । ମେଳଣ ସ୍ଥାନକୁ ଏକତ୍ର ନୁହେଁ, ବରଂ ପର୍ଯ୍ୟାୟକ୍ରମେ ବିମାନ ଆସିବ ।

ମେଳଣରେ ସର୍ବାଧିକ ୫୦ରୁ ୬୦ ଜଣଙ୍କୁ ଅନୁମତି ଦିଆଯାଇଛି ।

ଆୟୋଜକ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ ।

Get real time updates directly on you device, subscribe now.