fbpx

ଉତ୍କଳ ଦିବସ ପାଳନ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ

ଭୁବନେଶ୍ୱର, ୨୬ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ବି ପଜିଟିଭ୍ ସଂଖ୍ୟା ୨୦୦ ଟପିଥିବା ବେଳେ ଚିନ୍ତାରେ ପ୍ରଶାସନ । ଏଥର ନିରାଡମ୍ବର ଭାବେ ‘ଉତ୍କଳ ଦିବସ’ ପାଳନ ହେବ । ଏପ୍ରିଲ ପହିଲାରେ ଉତ୍କଳ ଦିବସ ପାଳନ ନେଇ ଏସଆରସି ଗାଇଡଲାଇନ୍ ଜାରି କରିଛନ୍ତି । ଉତ୍କଳ ଦିବସରେ ବଡ ସମାବେଶ ହୋଇପାରିବ ନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ସରକାର । ସରକାରୀ କାର୍ଯ୍ୟକ୍ରମରେ ସର୍ବାଧିକ ୨ ଶହ ଲୋକଙ୍କୁ ସାମିଲ କରିବାକୁ ଅନୁମତି ଦିଆଯାଇଛି । କୋଭିଡ ଗାଇଡଲାଇନ ମାନିବା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି । ଅନ୍ୟ ଅନୁଷ୍ଠାନ ଉତ୍କଳ ଦିବସ କରିବା ପାଇଁ ଅନୁମତି ନେବା ଜରୁରୀ । ଜିଲ୍ଲାପାଳ ବା କମିସନରଙ୍କ ଅନୁମତି ନେବା ପରେ କାର୍ଯ୍ୟକ୍ରମ ହୋଇପାରିବ । କୋଭିଡ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.