ପତି ଗାଧୋଇଲେନି କି ବ୍ରସ କଲେନି, ପତ୍ନୀ ପହଞ୍ଚିଲେ ମହିଳା କମିଶନ

News across the Earth, news close to your heart, Read Odisha Bhaskar English

ବିହାର ମହିଳା କମିଶନଙ୍କ ନିକଟରେ ଏକ ଅଜବ ମାମଲା ରୁଜୁ ହୋଇଛି । ଜଣେ ସ୍ୱାମୀ ପ୍ରତିଦିନ ନ ଗାଧୋଇବା ସହ ବ୍ରସ କରୁ ନଥିବାରୁ ପତ୍ନୀ ତାଙ୍କ ପାଖରେ ରହିବାକୁ ଚାହୁଁନାହାନ୍ତି । ବିହାରର ବୈଶାଳୀ ଜିଲ୍ଲାର ଜଣେ ୨୦ ବର୍ଷୀୟା ମହିଳା ତାଙ୍କ ପତିଙ୍କର ଏପରି ହରକତରେ ବିରକ୍ତ ହୋଇ ମହିଳା କମିଶନଙ୍କ ଦ୍ୱାରାସ୍ଥ ହୋଇଛନ୍ତି । ତେବେ ମହିଳା କମିଶନ ଉଭୟଙ୍କୁ ବୁଝାସୁଝା କରି ଘରକୁ ପଠାଇ ଦେଇଥିବା ଜଣାପଡ଼ିଛି ।

ଏହି ମାମଲାରେ ମହିଳା କମିଶନ ୨୩ ବର୍ଷୀୟ ପତି ଜଣଙ୍କୁ ନିଜର ଏହି କୁଅଭ୍ୟାସ ସୁଧାରିବା ପାଇଁ ୧ ମାସ ସମୟ ଦେଇଛନ୍ତି । ଯଦି ସେ ଏହି ସମୟ ମଧ୍ୟରେ ନିଜକୁ ନ ସୁଧାରନ୍ତି, ତେବେ କମିଶନ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ପତ୍ନୀ କହିଛନ୍ତି ଯେ, ତାଙ୍କ ପତି ୧୦-୧୨ ଦିନରେ ମାତ୍ର ଥରେ ଗାଧୋଇବା କାରଣରୁ ତାଙ୍କର ଦେହ ବହୁତ ଦୁର୍ଗନ୍ଧ ହେଉଛି । ଏହାଛଡ଼ା ଜଣେ ପତି ହିସାବରେ ସେ ମଧ୍ୟ ଉଚିତ ବ୍ୟବହାର କରୁନଥିବା ପତ୍ନୀ କହିଛନ୍ତି ।

Get real time updates directly on you device, subscribe now.