fbpx

ମଦ ପରେ ଖୋଲିବ ପାନ-ଗୁଟଖା ଦୋକାନ

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଆଜିଠାରୁ ଲକଡାଉନ୍ ୪ ଆରମ୍ଭ ହୋଇଯାଇଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଲକଡାଉନରେ ଯେଉଁ ପ୍ରତିବନ୍ଧକ ଥିଲା ତାହା ରହିଛି , ମାତ୍ର କିଛିଟା ଦୋକାନ ଖୋଲିବାକୁ ଅନୁମତି ମିଳିଛି । କଣ୍ଟେନମେଣ୍ଟ ଜୋନକୁ ଛାଡି ବାହାର ଅଞ୍ଚଳରେ କେଉଁ ଦୋକନ ଖୋଲା ରହିବ ଓ କେଉଁ ଦୋକାନ ବନ୍ଦ ହେବ, ତାହା ସ୍ଥିତ କରିବାକୁ ରାଜ୍ୟ ସରକାରଙ୍କୁ କ୍ଷମତା ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

ତେବେ ଲକଡାଉନ-୪ରେ ହୋମ୍ ଡେଲିଭରୀ ପାଇଁ ରେଷ୍ଟୁରାଣ୍ଟ ଖୋଲିବ । ପାନ, ବିଡି-ସିଗାରେଟ୍ ଦୋକାନ ଖୋଲିବ, କିନ୍ତୁୂ ସର୍ବସାଧାରଣରେ ଧୂମପାନ କରିବାକୁ ଅନୁମତି ନାହିଁ । ଦୋକାନଗୁଡିକରେ ସାମାଜିକ ଦୂରତା ଅନୁସରଣ କରିବା ସହ ଗୋଟିଏ ଦୋକାନରେ ୫ରୁ ଅଧିକ ଲୋକ ରହିପାରିବେ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.