fbpx

ଏହି ଦିନ ହେଉଛି ସପ୍ତାହର ସବୁଠାରୁ ଖରାପ ଦିନ, ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ହେଲା ସାମିଲ

ନୂଆଦିଲ୍ଲୀ: ଭାରତରେ ଲୋକମାନେ କୌଣସି କାର୍ଯ୍ୟ କରିବା ପୁର୍ବରୁ ଏହା ନିଶ୍ଚିତ ଚିନ୍ତା କରନ୍ତି ଯେ, କେଉଁ ଦିନ କାମ ଆରମ୍ଭ କରିବା ପାଇଁ ଠିକ୍ ହେବ। କେହି କେହି ସୋମବାରରେ ଏହାକୁ ଆରମ୍ଭ କରୁଥିବା ବେଳେ କିଛି ଲୋକେ ଅନ୍ୟଦିନକୁ ଶୁଭମାନି ଆରମ୍ଭ କରିଥାନ୍ତି। କିନ୍ତୁ ନିକଟରେ ବିଶ୍ୱର ସବୁଠୁ ବଡ଼ ରେକର୍ଡ ବୁକ୍ ସପ୍ତାହର ସବୁଠାରୁ ଖରାପ ଦିନକୁ ବାଛିଛି।

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଏକ ଟୁଇଟ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଏବଂ ସୋମବାରକୁ ସପ୍ତାହର ସବୁଠାରୁ ଖରାପ ଦିନ ବୋଲି କହିଛି। ଏହି ଟୁଇଟରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଲେଖିଛି ଯେ ସୋମବାର ଦିନ ସପ୍ତାହର ଖରାପ ଦିନ ପାଇଁ ଆମେ ଆନୁଷ୍ଠାନିକ ଭାବେ ଏହି ରେକର୍ଡ ଦେଉଛୁ। ତେବେ ଏହି ଟୁଇଟ ଦେଖିବା ପରେ ଲୋକମାନେ କ’ଣ ହେଲା ସେ ବିଷୟରେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ।

ବାସ୍ତବରେ ସୋମବାରର ନମ୍ବର ସପ୍ତାହନ୍ତ ପରେ ଅର୍ଥାତ ଶନିବାର ଏବଂ ରବିବାର ପରେ ଆସେ। ଏହି ଦିନ ଲୋକମାନେ ଅଫିସ୍ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ସ୍ଥାନକୁ ଯିବାରେ ଅଳସୁଆ ଅନୁଭବ କରନ୍ତି। କେବଳ ଏତିକି ନୁହେଁ, ଅନେକ ଥର ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଲେଖିଛନ୍ତି ଯେ ସୋମବାର ସବୁଠାରୁ ଖରାପ ଦିନ ବୋଲି। ଏହାକୁ ଧ୍ୟାନରେ ରଖି ଗିନିଜ ବୁକ୍ ଏହା ଲେଖିଛି।

ତେବେ ଏହି ଟୁଇଟ୍ ପରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଟ୍ୱିଟର ବ୍ୟବହାରକାରୀମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। କିଛି ଲୋକ କହୁଛନ୍ତି ଯେ ଗିନିଜ ବୁକ୍ ସଠିକ୍ କହିଛି। ଏଥି ସହିତ, କିଛି ଲୋକ ମଧ୍ୟ ଲେଖୁଛନ୍ତି ଯେ ଗିନିଜ ବୁକ୍ ଲୋକମାନଙ୍କର ମନର କଥାକୁ କହିଛି। କିନ୍ତୁ ଆପଣଙ୍କୁ କହି ରଖୁ ଯେ, ଗିନିଜ ବୁକ୍ ଏହି ଟ୍ୱିଟକୁ କେବଳ ଥଟ୍ଟାରେ କରିଛି ଏବଂ ଲୋକମାନେ ଏଥିରେ ସହମତ ଥିବା ପରି ମନେ ହେଉଛି।

Get real time updates directly on you device, subscribe now.