fbpx

(Video)ସକ୍ଷମ ହେଲି ଆଉ ତାପରେ ବାହା ହେଲି, ସୋସିଆଲ ମିଡିଆରେ ଭାଇରଲ ହେଉଛି ଦୁନିଆର ସବୁଠୁ ଛୋଟ ବଡି ବିଲଡରଙ୍କ ବିବାହ ଭିଡ଼ିଓ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଛୋଟ ବଡି ବିଲଡର ଭାବରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ତାଙ୍କ ନାମ। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ପ୍ରତୀକ ମୋହିତ। କିଛି ଦିନ ତଳେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋସିଆଲ ମିଡିଆରେ ଆପଣ ଅନେକ ଫଟୋ ଏବଂ ଭିଡିଓ ଭାଇରଲ ହେଉଛି । ଉଚ୍ଚତା ହେତୁ ପ୍ରତୀକଙ୍କୁ ବହୁ କଥା ବହୁ ସମସ୍ୟା ଦେଇ ଗତି କରିବାକୁ ପଡିଥିଲା, କିନ୍ତୁ କଠିନ ପରିଶ୍ରମର ଶକ୍ତିରେ ସେ ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡରେ ପଞ୍ଜୀକୃତ କରିପାରିଥିଲେ । କୁହାଯାଏ ଯେ ଜଣେ ବ୍ୟକ୍ତିର ଉଚ୍ଚତା ସର୍ବଦା ତାଙ୍କ ସାହସ ଦ୍ୱାରା ମାପ କରାଯାଏ ଏଏହି କଥାକୁ ପ୍ରତୀକ ମୋହିତ ସତ୍ୟ ବୋଲି ପ୍ରମାଣିତ କରିଛନ୍ତି ।

୨୮ ବର୍ଷ ବୟସରେ, ୩.୩ ଫୁଟର ପ୍ରତୀକ ମୋହିତ ଗିନିଜ ୱାର୍ଲ୍ଡ ରେକର୍ଡରେ ତାଙ୍କ ନାମକୁ ବିଶ୍ୱର ସବୁଠାରୁ ଛୋଟ ବଡି ବିଲଡର ଭାବରେ ପଞ୍ଜୀକୃତ କରିଥିଲେ। ଏଥି ସହିତ ପ୍ରତୀକ ନିକଟରେ ବିବାହ କରିଛନ୍ତି। ଏବେ ଲୋକମାନେ ତାଙ୍କୁ ବିବାହ ପାଇଁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି।

ସୂଚନା ଅନୁଯାୟୀ, ପ୍ରତୀକ କହିଛନ୍ତି ଯେ ସେ ରାଇଗରର ବାସିନ୍ଦା । ତାଙ୍କ ପତ୍ନୀ ଜୟାଙ୍କ ଉଚ୍ଚତା ୪ ଫୁଟ ୨ ଇଞ୍ଚ। ପ୍ରତୀକ କହିଛନ୍ତି ଯେ ୪ ବର୍ଷ ପୂର୍ବେ ତାଙ୍କ ପିତା ଜୟାଙ୍କୁ ପରିଚିତ କରିଥିଲେ ଏବଂ ସେହି ସମୟରେ ସେ ଜୟାଙ୍କୁ ପସନ୍ଦ କରିଥିଲେ।

ପ୍ରତୀକ କହିଛନ୍ତି, ମୁଁ ୨୦୧୮ ରେ ଜୟାଙ୍କୁ ଭେଟିଥିଲି ଏବଂ ମୁଁ ୨୦୧୬ ରୁ ଏକ ସମୟରେ ବଡି ବିଲଡିଂ ଆରମ୍ଭ କରିଥିଲି। ଏଭଳି ପରିସ୍ଥିତିରେ ମୁଁ ଅଧିକ ରୋଜଗାର କରୁ ନ ଥିଲି, ତେଣୁ ମୁଁ ଜୟାଙ୍କୁ କହିଲି ଯେ ପ୍ରଥମେ ମୁଁ ନିଜ ପାଦରେ ଠିଆ ହେବି ଏବଂ ତା’ପରେ ତାଙ୍କୁ ବିବାହ କରିବି … ଧୀରେ ଧୀରେ ସମୟ ବିତିଲା ଏବଂ ମୁଁ ସଫଳତା ପାଇଲି । ମୋର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅଛି ଏବଂ ମୁଁ ଜଣେ ଫିଟନେସ୍ ପ୍ରଶିକ୍ଷକ ହୋଇପାରିଛି । ଯେତେବେଳେ ମୁଁ ଅନୁଭବ କଲି ଯେ ମୁଁ ମୋ ପାଦରେ ଠିଆ ହେବାକୁ ସକ୍ଷମ, ମୁଁ ଜୟାଙ୍କୁ ବିବାହ କଲି।

Get real time updates directly on you device, subscribe now.