fbpx

ମାତ୍ର ୧୦ ଦିନରେ ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କଲା ଗୁଜୁରାଟ

ଅହମଦାବାଦ,୫ ।୪: ଚୀନରୁ ବ୍ୟାପିଥିବା କରୋନା ଭାଇରସ୍ ଯୋଗୁଁ ସମଗ୍ର ବିଶ୍ୱରେ ଡାକ୍ତରୀ ଉପକରଣ, ଫେସ୍ ମାସ୍କ ଓ ଭେଣ୍ଟିଲେଟର ଆଦିର ଅଭାବ ଦେଖାଦେଇଛି । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କରୋନା ରୋଗୀଙ୍କ ସଂଖ୍ୟା ଦେଶରେ ବଢି ବଢି ଚାଲିଥିବା ବେଳେ ସେମାନଙ୍କୁ ଭେଣ୍ଟିଲେଟର କିପରି ଯୋଗଇ ଦିଆଯିବ ବୋଲି ସମସ୍ୟା ଥିଲା । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ରାଜକୋଟର ଏକ କମ୍ପାନୀ କେବଳ ୧୦ ଦିନରେ କମ୍ ମୂଲ୍ୟରେ ଭେଣ୍ଟିଲେଟର ବିକସିତ କରିଛି । ଅହମଦାବାଦ ସିଭିଲ ହସ୍ପିଟାଲ ଲ୍ୟାବରେ ପରୀକ୍ଷା କରାଯାଇ ସେଗୁଡିକୁ ଶୁକ୍ରବାର ରାତିରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।

ଆଗାମୀ କିଛିଦିନ ମଧ୍ୟରେ ଏହିପରି ୧୦୦୦ଟି ମେସିନ୍ ଗୁଜୁରାଟ ସରକାରଙ୍କ ଦ୍ୱାରା ମେଡିକାଲକୁ ପହଞ୍ଚାଯିବ । ସ୍ଥାନୀୟ ସ୍ତରରେ ବିକଶିତ ହୋଇଥିବା ଭେଣ୍ଟିଲେଟରକୁ ରୋଗୀମାନଙ୍କ ପାଇଁ ଗତ ଶନିବାରଠାରୁ ବ୍ୟବହାର କରାଯାଉଛି । ତେବେ ମେସିନ୍ ସଠିକ୍ ଭାବେ କାମ କରୁଛି ବୋଲି ଅଧିକାରୀମାନେ କହିଛନ୍ତି ।

Get real time updates directly on you device, subscribe now.