fbpx

ସିଲ୍ ସହ ଅବରୋଧ ଅଞ୍ଚଳ ଭାବେ ଘୋଷଣା ହେଲା ସୁନ୍ଦରପଦା

ଭୁବନେଶ୍ୱର , ୫ା୪(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ସୁନ୍ଦରପଦା ଅଞ୍ଚଳ ସିଲ କରିଛି ବିଏମସି । କପିଳପ୍ରସାଦ ଓ ଏବରଙ୍ଗ ସମେତ ପୂରା ସୁନ୍ଦରପଦା ଅଞ୍ଚଳ ସିଲ ହୋଇଥିବା ସୂଚନା ମିଳିଛି । ସୁନ୍ଦରପଦା ମ୍ୟୁନିସପାଲଟି ହସ୍ପିଟାଲ ଛକଠାରୁ କାଳୁଆଶୁଣି ମନ୍ଦିର, କାଳୁଆଶୁଣି ମନ୍ଦିରଠାରୁ ଟାଟା ପ୍ରୋଜେକ୍ଟ ଏସଇଟିପି ଯାଏଁ , ମ୍ୟୁନିସପାଲଟ ହସ୍ପିଟାଲ ଛକଠାରୁ ସରକନ୍ତର ନ୍ୟୁ କଲଭର୍ଟ ଯାଏଁ, ଟାଟା ପ୍ରୋଜେକ୍ଟ ଏସଇଟିପିଠୁ ସରକନ୍ତର ନ୍ୟୁ କଲଭର୍ଟ ଯାଏଁ ସିଲ୍ ହୋଇଛି । ଏହାସହ ଏହି ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ହୋଇଛି । ଏହାକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପିଥିବା ବେଳେ ୭୭ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ଏହାସହ ଓଡ଼ିଶାରେ ମଧ୍ୟ ୨୩ଜଣ ଆକ୍ରାନ୍ତ ଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.