ଏମିତି ବାପା କାହାକୁ ନ ମିଳୁ, ଝିଅ ଡାକ୍ତର ହେଲା ବୋଲି ତଣ୍ଟି ଚିପି ମାରିଦେଲା…

ବେଟି ପଢ଼ାଓ ବେଟି ବଚାଓ ଯୋଜନାର ଅଭିଯାନ ସାରା ଦେଶରେ ବହୁତ ଦ୍ରୁତ ଗତିରେ ଚାଲିଛି। ହେଲେ ଗୁଜରାଟରେ, ଜଣେ ବାପା ତାଙ୍କ ଝିଅକୁ NEET ପାସ୍ କରିବା ପରେ ହତ୍ୟା କରିଥିଲେ।

ଗୁଜୁରାଟ: ବେଟି ପଢ଼ାଓ ବେଟି ବଚାଓ ଯୋଜନାର ଅଭିଯାନ ସାରା ଦେଶରେ ବହୁତ ଦ୍ରୁତ ଗତିରେ ଚାଲିଛି। ଆଜି ଯେତେବେଳେ ଝିଅମାନଙ୍କୁ ନିଜକୁ ଶିକ୍ଷିତ କରିବା ପାଇଁ ଉତ୍ସାହିତ କରାଯାଉଛି, ସେତେବେଳେ ଗୁଜରାଟରେ, ଜଣେ ବାପା ତାଙ୍କ ଝିଅକୁ NEET ପାସ୍ କରିବା ପରେ ହତ୍ୟା କରିଥିଲେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା NEET ପ୍ରବେଶିକା ପାସ୍ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ଏହା ପରେ ହିଁ ସେମାନେ ଭଲ ମେଡିକାଲ୍ କଲେଜରେ ପ୍ରବେଶ ପାଆନ୍ତି।

କ୍ଷୀରରେ ନିଶାଦ୍ରବ୍ୟ ମିଶାଇ

ଗୁଜୁରାଟର ବନାସକାଣ୍ଠାର ବାସିନ୍ଦା 18 ବର୍ଷୀୟା ଚନ୍ଦ୍ରିକା ଚୌଧୁରୀ NEET ପ୍ରବେଶିକା ପରୀକ୍ଷାରେ 478 ନମ୍ବର ପାଇ ନିଟ କ୍ବାଲିଫାଏ କରିଥିଲେ । ଏପରିକି ଏକ ସରକାରୀ ମେଡିକାଲ୍ କଲେଜରେ ଏଣ୍ଟ୍ରି ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଥିଲେ। ସେ ତାଙ୍କ ପାଠପଢ଼ା ଜାରି ରଖିବାକୁ ଏବଂ ମୁକ୍ତ ଭାବରେ ବଞ୍ଚିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ଚାଷୀ ବାପା ଏବଂ କାକା ଏହାକୁ ଆଦୌ ଗ୍ରହଣ କରିନଥିଲେ। ଶେଷରେ ସେମାନେ କ୍ଷୀରରେ ନିଶା ଦେଇ ଚନ୍ଦ୍ରିକାକୁ ପିଇବାକୁ ଦେଇଥିଲେ ଏବଂ ୨୫ ଜୁନ୍ ୨୦୨୫ରେ ଦୁପଟା ସାହାଯ୍ୟରେ ଝିଅଟିର ଗଳା ଚିପି ହତ୍ୟା କରିଥିଲେ।

ପରିବାର ଲୋକ ଝିଅକୁ ଉଚ୍ଚଶିକ୍ଷା ଦେବାକୁ ଚାହୁଁ ନଥିଲେ

ଚନ୍ଦ୍ରିକାଙ୍କ କାକା ଶିବରାମ ଗାଁ ଲୋକଙ୍କୁ କହିଥିଲେ ଯେ, ଚନ୍ଦ୍ରିକାଙ୍କୁ ହୃଦଘାତ ହୋଇଛି। କିନ୍ତୁ ଶେଷରେ ଶିବରାମଙ୍କୁ ପୋଲିସ ଗିରଫ କରିଛି। ସେପଟେ ମୃତକଙ୍କ ବାପା ସେନ୍ଧାଙ୍କୁ ଏପର୍ଯ୍ୟନ୍ତ ଖୋଜା ଚାଲିଛି । ଚନ୍ଦ୍ରିକାଙ୍କ ବନ୍ଧୁ ହରେଶ ଚୌଧୁରୀ କହିଛନ୍ତି ଯେ ଚନ୍ଦ୍ରିକାଙ୍କ କାକା ଶିବରାମ ଅନେକ କଲେଜ ଯାଇଥିଲେ। ସେ ସେଠାରେ ପୁଅ ଏବଂ ଝିଅମାନଙ୍କୁ ଏକାଠି ପଢ଼ୁଥିବା ଦେଖିଥିଲେ। ସେ ତାଙ୍କ ବାପାଙ୍କୁ କହିଥିଲେ ଯେ, ତାଙ୍କ ଝିଅକୁ ସେଠାକୁ ନପଠାନ୍ତୁ । କାରଣ ସେ ଜଣେ ପୁଅ ସହିତ ପ୍ରେମ କରିବ ଏବଂ ଶେଷରେ ବିବାହ କରିବ। ସେମାନେ ଚନ୍ଦ୍ରିକାଙ୍କ ଫୋନ୍ ଛଡ଼ାଇ ନେଇଥିଲେ ଏବଂ ସୋସିଆଲ ମିଡିଆରୁ ଦୂରରେ ରହିବାକୁ ଏବଂ କେବଳ ଘର କାମ କରିବାକୁ କହିଥିଲେ।