fbpx

ତାମିଲନାଡ଼ୁ ପରେ ଗୁଜରାଟ: ୧ କୋଟିର ସୁନା ଗାଏବ

ନୂଆଦିଲ୍ଲୀ, ୧୯ା୧୨: ତାମିଲନାଡ଼ୁର ସିବିଆଇ ଅଫିସରୁ କିଛିଦିନ ପୂର୍ବରୁ ୪୫ କୋଟି ସୁନା ଚୋରି ହୋଇଥିଲା । ଏବେ ଆଉ ଏକ ହାଇପ୍ରୋଫାଇଲ ଚୋରି ସାମନାକୁ ଆସିଛି । ଗୁଜରାଟର ଜାମନଗରରେ ଥିବା କଷ୍ଟମ କାର୍ଯ୍ୟାଳୟରୁ ୧ କୋଟିର ଅଧିକ ଟଙ୍କାର ସୁନା ଚୋରି ହୋଇଛି ।

ଏହି ଘଟଣା ପରେ ପୋଲିସ ପକ୍ଷରୁ କଷ୍ଟମ ଅଫିସ ଷ୍ଟାଫମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି । ପୋଲିସ କହିଛି ଯେ, ଏହି ସୁନା ଭୂଜ କଷ୍ଟମ ବିଭାଗର ଥିଲା । ୨୦୦୧ ମସିହାର ଭୂକମ୍ପ ପରେ ଜାମନଗରର ଏହି କାର୍ଯ୍ୟାଳୟରେ ଉକ୍ତ ସୁନା ରଖାଯାଇଥିଲା । ଭୂଜ କଷ୍ଟମ ବିଭାଗ ସୁନା ନେବାକୁ ପହଞ୍ଚିବା ପରେ ଜାଣିବାକୁ ପାଇଲା ଯେ ୧ କୋଟିରୁ ଅଧିକ ଟଙ୍କାର ସୁନା ଚୋରି ହୋଇଯାଇଛି ।

Get real time updates directly on you device, subscribe now.