fbpx

ଦୋକାନ ଉପରେ ଆଖିବୁଜା ଗୁଳିମାଡ: ୩ ମୃତ, ୨୧ ଜଣ ଆହତ

ନୂଆଦିଲ୍ଲୀ:ଆମେରିକାରେ ଗୁଳିକାଣ୍ଡ ଥମିବାର ନାଁ ନେଉନାହିଁ । ଗତ କିଛି ଦିନ ହେବ ଲଗାତାର ଭାବବରେ ଆମେରିକାର ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ହେଉଛି । ଫଳରେ କିଛି ଲୋକଙ୍କ ଜୀବନ ଯାଉଥିବାବେଳେ ଅନେକ ଲୋକ ଗୁରୁତର ଆହତ ହେଉଛନ୍ତି । ତେବେ ପୂର୍ବରୁ ଏହିପରି ଗୁଳିକାଣ୍ଡ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ସେହିପରି ଏକ ଘଟାଣା ଦେଖିବାକୁ ମିଳିଛି । ଫଳରେ ଏହା ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ୱାସିଂଟନ୍ ରାଜ୍ୟର ୟାକିମା ସ୍ଥିତ ଏକ ଦୋକାନରେ ଆଖିବୁଜା ଗୁଳିକାଣ୍ଡ ହୋଇଛି । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି ।

ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ପୋଲିସ କର୍ମଚାରୀ କହିଛନ୍ତି, ୟାକିମା ସହର ସ୍ଥିତ ଏକ ଦୋକାନରେ କେହିଜଣେ ଦୁବୃତ୍ତ ହଠାତ୍ ପଶି ଆସିଥିଲା ।ଏଥିସହିତ କେହି କିଛି ବୁଝିବା ଆଗକୁ ଦୁବୃତ୍ତ ଜଣକ ଆଖିବୁଜା ଗୁଳି ଚାଳନା କରିଥିଲା । ଫଳରେ ଦୋକାନରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ୨୧ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ଦୁବୃତ୍ତ ଜମଙ୍କ ଏହି ଗୁଳିକାଣ୍ଡା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଆମେରିକାର ବିଭିନ୍ନ ସ୍ଥାନରେ କାହିଁକି ବାରମ୍ବାର ଏହି ଗୁଳିକାଣ୍ଡ ହେଉଛି ତାହା ଜଣାପଡି ନଥିବାବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.