fbpx

ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ କରୋନା ପଜିଟିଭ, ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ରୋହତକ ସୁନାରିୟା ଜେଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲଦଣ୍ଡ କାଟୁଥିବା ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମ କରୋନା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ମେଦାନ୍ତ ହସ୍ପିଟାଲର କରୋନା ୱାର୍ଡରେ ରଖି ଚିକିତ୍ସା କରାଯାଉଛି ।ରବିବାର ମଧ୍ୟାହ୍ନ ୧୨ଟାରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜେଲରୁ ମେଦାନ୍ତ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ପ୍ରାଥମକ ପରୀକ୍ଷା ପରେ ସେ କରୋନା ପଜିଟିଭ୍‌ ଥିବା କଥା କୁହାଯାଇଛି ।

ସୂଚନାଯୋଗ୍ୟ ୨୦୧୭ ଅଗଷ୍ଟ ୨୫ ତାରିଖରୁ ରାମ ରହିମ ଜେଲରେ ଅଛନ୍ତି । ପଞ୍ଚକୁଲ ସ୍ଥିତି ସିବିଆଇର ବିଶେଷ ଅଦାଲତ ତାଙ୍କୁ ଜଣେ ମାତାଜୀଙ୍କ ଧର୍ଷଣ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ୧୬ ବର୍ଷ ପୁରୁଣା ଏହି ଘଟଣାରେ କୋର୍ଟ ଗୁରମିତ ରାମ ରହିମଙ୍କ ସହିତ କୁଲଦୀପ ସିଂ, ନିର୍ମଲ ସିଂ ଓ କୃଷ୍ଣ
ଲାଲଙ୍କୁ ଆଜୀବନ କରାଦଣ୍ଡରେ କୋର୍ଟ ଦଣ୍ଡିତ କରିଥିଲେ ।

Get real time updates directly on you device, subscribe now.