fbpx

ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌: ଆଜି ଓ କାଲି ବାତ୍ୟା ପ୍ରଭାବିତ ୪ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରି କେନ୍ଦ୍ରକୁ ଦେବେ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ସାମୁଦ୍ରିକ ବାତ୍ୟା ୟାଶ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମୀକ୍ଷା କରି ୫୦୦କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ । ତେବେ ସବିଶେଷ ବାତ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ ରବିବାର ଦିନ ଏକ ୩ ଜଣିଆ କେନ୍ଦ୍ରୀୟ ଟିମ୍‌ ଓଡ଼ିଶାରେ ପହଞ୍ଚିଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣୱାଲଙ୍କ ନେତୃତ୍ୱରେ ଏହି ଟିମ୍‌ ଆସିଛନ୍ତି । ସୋମବାର ଓ ମଙ୍ଗଳବାର ବାତ୍ୟା କ୍ଷତିଗ୍ରସ୍ତ ୪ଜିଲ୍ଲା ପରିଦର୍ଶନ କରିବା ସହ ଉଚ୍ଚପଦାଧିକାରୀଙ୍କ ସହିତ ଆଲୋଚନା କରିବେ ଏହି କେନ୍ଦ୍ରୀୟ ଟିମ୍‌ । ଓଡ଼ିଶାରେ ଦୁଇ ଦିନ ଧରି ବାତ୍ୟା କ୍ଷୟକ୍ଷତି ଆକଳନ କରି ନୂଆଦିଲ୍ଲୀ
ଫେରିବା ପରେ ଏକ ସ୍ୱତନ୍ତ୍ର ରିପୋର୍ଟ ଦାଖଲ କରିବେ। ଏହି ଟିମ୍‌ରେ ଓଡ଼ିଶାର ୪ ଅଫିସର ସାମିଲ ହେବେ ।

ସୂଚନାଯୋଗ୍ୟ ଯେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ବାତ୍ୟା କ୍ଷୟକ୍ଷତି ନେଇ କେନ୍ଦ୍ରସରକାରଙ୍କ ନିକଟରେ କୌଣସି ନିର୍ଦ୍ଧିଷ୍ଟ ପରିମାଣର ଆର୍ଥିକ ସହାୟତା ଦାବି କରିନାହାନ୍ତି । ତେବେ ବାତ୍ୟା କ୍ଷୟକ୍ଷତି ଆକଳନ ପରେ କେନ୍ଦ୍ରସରକାର ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମର ରିପୋର୍ଟ ଉପରେ ତର୍ଜମା କରିବେ ।

Get real time updates directly on you device, subscribe now.