fbpx

ଡ୍ୟୁଟି ସମୟରେ ଟ୍ରକ୍ ଧକ୍କାରେ ଚାଲିଗଲା ଟ୍ରାଫିକ୍ କନଷ୍ଟେବଳଙ୍କର ଜୀବନ, ଅନ୍ତିମ ସଂସ୍କାର ପୂର୍ବରୁ ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ୱର,(ଓଡ଼ିଶା ଭାସ୍କକ): ଡ୍ୟୁଟି ସମୟରେ ଚାଲିଗଲା ଟ୍ରାଫିକ୍ କନଷ୍ଟେବଳଙ୍କର ଜୀବନ। ଟ୍ରାଫିକ୍ ପୋଷ୍ଟରେ ନକଟରେ ଧକ୍କା ଦେଲା ଟ୍ରକ୍। ଏଭଳି ଅଭାବନୀୟ ଘଟଣା ତମାଣ୍ଡୋ ଥାନା ଗୋହିରିଆ ଛକରେ ଘଟିଛି।

ସୂଚନା ମୁତାବିକ, ତମାଣ୍ଡୋ ଥାନା ଗୋହିରିଆ ଛକରେ ଏକ ଦୁର୍ଘଟଣାରେ ଟ୍ରାଫିକ କନଷ୍ଟେବଳଙ୍କର ମୃତ୍ୟୁ ଘଟିଛି । ସହିଦ କନଷ୍ଟେବଳ ଜଣକ ହେଲେ
ଗୌରାଙ୍ଗ ପୃଷ୍ଟି । ସେ ନିଜ ଡ୍ୟୁଟିରୁ ଫେରୁଥିବା ସମୟରେ ତାଙ୍କୁ ଟ୍ରକ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଆମମାନଙ୍କ ପ୍ରାର୍ଥନା ତାଙ୍କ ପରିବାର ସହିତ ରହିଛି ବୋଲି ଡିସିପି କହିଛନ୍ତି । ସହିଦ ଗୌରାଙ୍ଗ ପୃଷ୍ଟିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

Get real time updates directly on you device, subscribe now.