fbpx

ନବରାତ୍ରୀର ଏକ ମାସ ପରେ ହେବ ଗୁରୁ ଚଣ୍ଡାଳ ଯୋଗ, ଏହି ରାଶି ମାନଙ୍କର ହୋଇପାରେ ଅସୁବିଧା, ବିଗିଡିପାରେ ବ୍ୟାଙ୍କ ବାଲାନ୍ସ

ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରୀ ସବୁଠାରୁ ଶୁଭ ଏବଂ ପବିତ୍ର ପର୍ବ ବୋଲି କୁହାଯାଏ । ନବରାତ୍ରୀରେ ଦେବୀ ଦୁର୍ଗାଙ୍କ ନଅଟି ରୂପ ପୂଜା କରାଯାଇଥାଏ । ଏହି ବର୍ଷ ଚୈତ୍ର ନବରାତ୍ରୀ ପଞ୍ଚକ ଆରମ୍ଭ ହୋଇସାରିଛି । ନବରାତ୍ରୀ ସପ୍ତାହର ଏକ ମାସ ପରେ ଗୁରୁ ଚଣ୍ଡାଳ ନାମର ଯୋଗ ହୋଇଥାଏ । ଦୁଇ ଗ୍ରହର ମିଳନ ପ୍ରଭାବ କାରଣରୁ ଗୁରୁ ଚଣ୍ଡାଳ ଯୋଗ ମେଷ ରାଶିରେ ହେଉଛି । ଗୁରୁ ଗ୍ରହ ୨୨ ଏପ୍ରିଲ ୨୦୨୩ରେ ମେଷ ରାଶିରେ ଗୋଚର କରିବେ, ତେବେ ସେଠାରେ ଛାୟା ଗ୍ରହ ରାହୁ ପୂର୍ବରୁ ବିରାଜମାନ କରୁଛନ୍ତି । ଏହି ଯୋଗ ଗୁରୁ ଚଣ୍ଡାଳ ଯୋଗ ହେଉଛି । ସୂର୍ଯ୍ୟ ଗ୍ରହ ମଧ୍ୟ ୪ ଏପ୍ରିଲ ୨୦୨୩ରେ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବ । ଜ୍ୟେତିଷ ଶାସ୍ତ୍ର ଅନୁସାରେ, ଏହି ଗୁରୁ ଚଣ୍ଡାଳ ଯୋଗର ପ୍ରଭାବ ସମସ୍ତ ରାଶିରେ ଅବଶ୍ୟ ପଡିବ, ହେଲେ ଖାସକରି ଏହି ୩ଟି ରାଶିର ଲୋକ ମାନଙ୍କ ପାଇଁ ବହୁ ପ୍ରଭାବଶାଳୀ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି: ୨୨ ଏପ୍ରଲ ପରେ ମେଷ ରାଶିରେ ଲଗ୍ର ଭାଗରେ ଗୁରୁ ଚଣ୍ଡାଳ ଯୋଗର ନିର୍ମାଣ ହେବାକୁ ଯାଉଛି । ଆଗକୁ ଆସୁଥିବା ୭ ମାସ ମେଷ ରାଶିର ଜାତକ ପାଇଁ ଚ୍ୟାଲେଞ୍ଜ ଆସିପାରେ । ମେଷ ରାଶିର ଲୋକମାନଙ୍କି କର୍ମକ୍ଷେତ୍ରରେ ସମସ୍ୟା, ସଂକଟ ଏବଂ ଅସନ୍ତୋଷର ସାମ୍ନା କରିବାକୁ ପଡିପାରେ । ଏହା ବ୍ୟତୀତ ଆର୍ଥିକ ସଂକଟ ମଧ୍ୟ ଆସିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ମଧ୍ୟ ଆସିପାରେ । ମେଷ ରାଶି ପାଇଁ ଏହି ସମୟ ଅନୁକୂଳ ରହିବ ନାହିଁ ।

ମିଥୁନ ରାଶି: ମିଥୁନ ରାଶିର ଯାତକରେ ଗୁରୁ ଚଣ୍ଡାଳ ଯୋଗର ନକରାତ୍ମକ ପ୍ରଭାବ ପଡିବ । ଏହାରି ମଧ୍ୟରେ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସମସ୍ୟା ମଧ୍ୟ ହୋଇପାରେ । ଅଶୁଭ ସମାଚାର ମଧ୍ୟ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଅସିବିଧା ସାମ୍ନା କରିବାକୁ ପଡିବ । ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ଆଗକୁ ବଢନ୍ତୁ ।

ଧନୁ ରାଶି: ଗୁରୁ ଚଣ୍ଡାଳ ଯୋଗ ମଧ୍ୟ ଧନୁ ରାଶି ଲୋକଙ୍କ ପାଇଁ ସମସ୍ୟା ଆଣିପାରେ। ଏହି ସମୟରେ, ଧନୁ ରାଶିର ଲୋକମାନେ ଗାଡି ଚଳାଇବା ସମୟରେ ସତର୍କ ରହିବା ଉଚିତ୍ | ଏହି ସମୟ ମଧ୍ୟରେ ଆପଣଙ୍କ ବ୍ୟବସାୟରେ କ୍ଷତି ହୋଇପାରେ | ଖର୍ଚ୍ଚ ବଢିବ ଯେଉଁଥିପାଇଁ ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ | ଏହି ସମୟ ମଧ୍ୟରେ କିଛି ପ୍ରକାରର ଅଜଣା ଭୟ ଆପଣଙ୍କୁ ବ୍ୟଥିତ କରିପାରେ | ଏହା ବ୍ୟତୀତ ଚାକିରି ଏବଂ ବୃତ୍ତିରେ ମଧ୍ୟ ସମସ୍ୟା ହୋଇପାରେ |

Get real time updates directly on you device, subscribe now.