ତୁ ମରିଯା…ପୁଅ ଆଉ ଗୋଟେ ବାହା ହେବ, ଆମକୁ କାର ଦରକାର କହି ବୋହୂକୁ ଚେଙ୍କ ସହ ଦେଲେ ବିଷ
ପୀଡିତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସା
ମଧ୍ୟପ୍ରଦେଶ: ଯୌତୁକ ଲୋଭ ଘାରିଛି ଲୋକଙ୍କୁ। ଏତେ ମାତ୍ରାରେ ଘାରିଛି ବୋହୂର ଜୀବନ ନେବାକୁ ମଧ୍ୟ ପଛାଉ ନାହାଁନ୍ତି ଶାଶୁ ଘର ଲୋକ।
ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ମହାରାଜପୁରା ଥାନା ଅଞ୍ଚଳର ଡିଡି ନଗରରେ, ଯୌତୁକ ପାଇଁ ଶ୍ୱଶୁରଘର ଲୋକମାନେ ବୋହୂକୁ ନିର୍ଯାତନା ଦେଇଛନ୍ତି।
ଯୌତୁକ ପାଇଁ ବୋହୂକୁ ଗରମ ଚିମୁଟାରେ ଚେଙ୍କ ଦେଇଛନ୍ତି। ଏହା ସହ ବୋହୂକୁ ମାଡ଼ ମଧ୍ୟ ମାରିଛନ୍ତି। ପିଟି ପିଟି ବୋହୂକୁ ଦରମାର କରିଛନ୍ତି ଶାଶୁଘର। ବୋହୂର ଶରୀରର ଅନେକ ସ୍ଥାନରେ ଗମ୍ଭୀର କ୍ଷତର ଚିହ୍ନ ଥିବା ଜଣାପଡ଼ିଛି।
ପୀଡିତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସା
ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ଏତିକିରେ ସରିନଥିଲା। ଯୌତୁକ ପାଇଁ ଶାଶୁଘର ପରିବାର ଥଣ୍ଡାରେ ବିଷ ମିଶାଇ ବୋହୂକୁ ପିଇବାକୁ ଦେଇଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର। ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ଘଟଣାଟି ୧ ମାସ ପୂର୍ବେ ଘଟିଥିଲା। ଶାଶୁ ଘର ବୋହୂ ବାପ ଘରୁ କାର ଡିମାଇଣ୍ଡ କରିଥିଲେ। ଗାଡ଼ିର ଦାବି ପୂରଣ ନ ହେବାରୁ ପୀଡ଼ିତା ସୋନାଲିଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର ତାଙ୍କୁ ବିଷ ପିଇବାକୁ ଦେଇଥିଲେ। ଗାଡ଼ି ପାଇଁ ବୋହୂର ଜୀବନ ନେବାକୁ ମଧ୍ୟ ଟିକେ ବି ସଂକୋଚ କରିନଥିଲେ ପରିବାର।
ମହିଳାଙ୍କୁ ଗ୍ୱାଲିୟରରୁ ଦିଲ୍ଲୀ ରେଫର
ଘଟଣାର ଖବର ପାଇବା ପରେ ବାପାମାଆ ଗ୍ୱାଲିୟରରେ ପହଞ୍ଚିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ୱାଲିୟରର ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଯେଉଁଠାରେ ଡାକ୍ତରମାନେ ମହିଳାଙ୍କୁ ଦିଲ୍ଲୀ ରେଫର କରିଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।
ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
ସୋନାଲିଙ୍କ ବାପା ସତୀଶ ଶର୍ମାଙ୍କ ଅଭିଯୋଗ ଉପରେ ପୋଲିସ ଚାରି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।
ଅଭିଯୁକ୍ତମାନେ ଫେରାର୍ ଅଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି। ଘଟଣାଟି ମହାରାଜପୁରା ଥାନା ଅଞ୍ଚଳର ଡିଡି ନଗରରେ ଘଟିଛି।