ନୂଆଦିଲ୍ଲୀ: ୧୯୮୮ ବ୍ୟାଚ୍ କେରଳ କ୍ୟାଡର ଆଇଏଏସ୍ ଅଫିସର ଜ୍ଞାନେଶ କୁମାର ଦେଶର ୨୬ତମ ସିଇସି (ମୁଖ୍ୟ ନିର୍ବାଚନ କମିଶନ ବା ଚିଫ୍ ଇଲେକ୍ସନ କମିଶନ) ଭାବେ ନିଯୁକ୍ତ ହୋଇଛନ୍ତି ।
କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନର ସିଇସି ରାଜୀବ କୁମାର ଆଜି ଅବସର ନେବେ । ଏହାପରେ ରାଜୀବ କୁମାରଙ୍କ ସ୍ଥାନ ଜ୍ଞାନେଶ ନେବେ । ୧୯ ତାରିଖରେ ସେ ନୂତନ ଦାୟିତ୍ୱ ଗ୍ରହଣ କରିବେ ।
ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ଜ୍ଞାନେଶ କୁମାରଙ୍କ ନାମ ଉପରେ ମୋହର ବାଜିଥିଲା । ପରେ ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ଲାଗି ସୁପାରିସ କରାଯାଇଥିଲା ।