fbpx

BJP ସାଂସଦଙ୍କ ଆକାଉଣ୍ଟରେ ଅଶ୍ଳୀଳ ପୋଷ୍ଟ: Spa-Body Massage ଭିଡିଓ ଅପଲୋଡ କରୁଛି ହ୍ୟାକର

ଭୋପାଲ: ମଧ୍ୟପ୍ରଦେଶ ଗ୍ୱାଲିୟରର ସାଂସଦ ବିବେକ ନାରାୟଣ ଶେଜୱଲକଙ୍କ ଉପରେ ଏବେ ଡିଜିଟାଲ ଆଟାକ ହୋଇଛି । ବିବେକଙ୍କ ଏକ୍ସ(ଟ୍ୱିଟର) ଆକାଉଣ୍ଟକୁ ହ୍ୟାକ କରାଯାଇଥିବା ଜାଣିବାକୁ ମିଳିଛି । ସାଂସଦଙ୍କ ଟ୍ୱିଟର ହାଣ୍ଡେଲରୁ ବିଭିନ୍ନ ପୋଷ୍ଟ ମଧ୍ୟ କରିଛି । ତେବେ ସାଇବର ବିଶେଷଜ୍ଞ ଏବେ ସାଂସଦଙ୍କ ଆକାଉଣ୍ଟକୁ ହ୍ୟାକରମାନଙ୍କ କବଳରୁ ରିକଭର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏହାସହିତ ଏହା କେଉଁଠାରୁ ହ୍ୟାକ କରାଯାଇଛି, ସେ ବିଷୟରେ ମଧ୍ୟ ଅନୁସନ୍ଧାନ କରାଯାଉଛି ।

ଆଶ୍ଚର୍ୟ୍ୟଜନକ କଥା ହେଉଛି ଯେ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ପରେ ଗ୍ୱାଲିୟର୍ ସାଂସଦ ବିବେକ ନାରାୟଣ ଶେଜୱାଲକରଙ୍କ ପୁରୁଣା ପୋଷ୍ଟଗୁଡିକ ଦୃଶ୍ୟମାନ ହେଉନାହିଁ। କେବଳ ହ୍ୟାକରମାନଙ୍କ ଦ୍ୱାରା ଅପଲୋଡ ହୋଇଥିବା ଭିଡିଓ ଏବଂ ଫଟୋ ଦେଖିବାକୁ ମିଳିଛି । ସାଂସଦଙ୍କ ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକର୍ ଅଶ୍ଳୀଳ ବିଷୟବସ୍ତୁ ସେୟାର କରିଛି। ଏଥିରେ ସ୍ପା ଏବଂ ବଡି ମସାଜ ସମେତ ବିଭିନ୍ନ ଅଶ୍ଳୀଳ ବିଷୟବସ୍ତୁ ସେୟାର କରିଛନ୍ତି ହ୍ୟାକର । ତେବେ ସାଉଦି ଆରବରୁ ଜଣେ ହ୍ୟାକର ସାଂସଦଙ୍କ ଅଫିସିଆଲ୍ ଏକ୍ସ-ହ୍ୟାଣ୍ଡେଲ ଆକାଉଣ୍ଟକୁ ହ୍ୟାକ୍ କରିଥିବା ଜଣାଯାଇଛି ।

ତେବେ ନିଜର ଆକାଉଣ୍ଟକୁ ଫେରି ପାଇବା ପାଇଁ ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ଗ୍ୱାଲିୟରର ସାଂସଦ। ଏହି ଘଟଣାରେ ପୋଲିସ ନିକଟରେ ଅଭିଯୋଗ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ରଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ହ୍ୟାକ୍ କରାଯାଇଛି। ହ୍ୟାକରମାନେ କଲରାଜ ମିଶ୍ରଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଆରବୀୟ ଭାଷାରେ ଟ୍ୱିଟ୍ କରିଛନ୍ତି। ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡାଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ହ୍ୟାକ୍ ହୋଇଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.