fbpx

(Video)ହେୟାର ଡ୍ରାଏ କରୁଥିବା ସମୟରେ ହଠାତ ଲାଗିଗଲା ନିଆଁ , ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ ବ୍ୟବହାର କରିବାକୁ ଡରିବେ

ନୂଆଦିଲ୍ଲୀ: କେଶ ଶୁଖାଇବା ପାଇଁ ମୁଖ୍ୟତଃ ଟିକିଏ ସମୟ ଲାଗେ । କିନ୍ତୁ କିଛି ଲୋକଙ୍କ ପାଖରେ ଯେତେବେଳେ ସମୟର ଅଭାବ ରହିଥାଏ ସେମାନେ ତାଙ୍କ ଚୁଟି ଶୁଖାଇବା ପାଇଁ ହେୟାର ଡ୍ରାଏର ବ୍ୟବହାର କରନ୍ତି । କିନ୍ତୁ ଏହି ହେୟାର ଡ୍ରାଏର କେତେ ଯେ କ୍ଷତିକାରକ ହୋଇପାରେ ତାହାର ତୁଳାନ ମଧ୍ୟ ଲଗାଇବା ବହୁତ କଷ୍ଟକର ।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି ତାହାକୁ ଦେଖିବା ପରେ ସମସ୍ତଙ୍କ ହୋସ ଉଡିଯାଇଛି । ଏଥିରେ ମହିଳା ଜଣକ କେଶକୁ ତଳକୁ କରି ହେୟାର ଡ୍ରାଏ କରୁଥିବା ବେଳେ ହଠାତ ଚାରଜିଙ୍ଗ ପଏଣ୍ଟରୁ ନିଆଁ ବାହାରୁଥିବାର ଦେଖିବାକୁ ମିଳୁଛି ।

ତେବେ ମହିଳା ଜଣକ ନିଆଁ ଦେଖି ହଠାତ ଦୂରେଇ ଆସିଲେ । କିନ୍ତୁ ହେୟାର ଡ୍ରାଏର ପଣ୍ଟଏ ସହ ଲାଗି ରହିଥିଲା ଏବଂ କିଛି ସମୟରେ ପୁଣି ଥରେ ଏଥିରେ ବଡ ବିସ୍ଫୋରଣ ହେବାର ଦେଖିବାକୁ ମିଳୁଛି । ଏହାପରେ ଘର ଭିତରୁ ଜଣେ ବ୍ୟକ୍ତି ଆସି ଏହାର ପଏଣ୍ଟକୁ କାଢ଼ିବା ପରେ ଏହି ନିଆଁ ଲିଭିବାର ଦେଖିବାକୁ ମିଳୁଛି । ଆଉଏହି ଭିଡିଓରୁ ଯାହା ଅନୁମାନ କରାଯାଉଛି ସର୍କିଟିଙ୍ଗ ପାଇଁ ଏଭଳି ହୋଇଥାଇ ପାରେ ।

ତେବେ ଏହି ଭିଡିଓରୁ ଆପଣଙ୍କୁ କେବଳ ଏତିକି ଶିକ୍ଷା ଦେବାକୁ ଚାହୁଁଛୁ ଯେ ବୈଦ୍ୟୁତିକ ସାମଗ୍ରୀରେ ଏହି ଭଳି ଅସୁବିଧା ଅନେକ ସମୟରେ ଦେଖିବାକୁ ମିଳେ । ଆଉ ଆପଣ ଯଦି ଏହି ଭଳି କିଛି ପ୍ରଡକ୍ଟ ବ୍ୟବହାର କରୁଛନ୍ତି ତେବେ ଏହାକୁ ବ୍ୟବଧାର କରିବା ବେଳେ ସାବଧାନ ରୁହନ୍ତୁ । ନଚେତ ଏହା ଦ୍ୱାରା ଆପଣଙ୍କର ଜୀବନ ମଧ୍ୟ ଯାଇପାରେ ।

Get real time updates directly on you device, subscribe now.