fbpx

ସାମନାକୁ ଆସିଲା ଭିକି-କ୍ୟାଟଙ୍କ ହଳଦୀ ଉତ୍ସବର ସୁନ୍ଦର ମୁହୂର୍ତ୍ତ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଛାଇ ହୋଇ ରହିଛନ୍ତି କାଟ୍ରିନା କୈଫ୍ ଓ ଭିକି କୌଶଲ । ଡିସେମ୍ବର ୯ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଅବସରରେ ଦୁହିଁଙ୍କ ଖୁବ୍ ସୁନ୍ଦର ମୁହୂର୍ତ୍ତର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଫେରା ସରିବା ପରେ ଏହି ନୂତନ ଦମ୍ପତି ବିବାହର ଫଟୋ ସେୟାର୍ କରିଥିଲେ । ଏହା ସହିତ ଘୋଷଣା କରିଥିଲେ ଯେ, ଦୁହେଁ ସ୍ୱାମୀ-ସ୍ତ୍ରୀ ହୋଇଯାଇଛନ୍ତି । ଏବେ ଦୁହିଁଙ୍କ ହଳଦୀ ଉତ୍ସବର ଫଟୋ ସାମନାକୁ ଆସିଛି ।

ଭିକି ଓ କାଟ୍ରିନା ଦୁହେଁ ନିଜର ହଳଦୀ ଉତ୍ସବର ଫଟୋ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ଫଟୋରେ ଜଣେ ଅନ୍ୟ ଜଣଙ୍କୁ ହଳଦୀ ଲଗାଉଥିବା ଦେଖିବାକୁ ମିଳିଛି । ଫଟୋରେ ଖୁବ୍ ଖୁସି ଦେଖାଉଛନ୍ତି ଏହି ନୂତନ ଦମ୍ପତି । ଫଟୋରେ କାଟ୍ରିନା ଅଫ୍ ହ୍ୱାଇଟ୍ ରଙ୍ଗର ଲେହେଙ୍ଗାରେ ନଜର ଆସିଛନ୍ତି । ଅନ୍ୟପଟେ ଭିକି ଧୋତି ସହିତ ଗୋଲାପୀ ରଙ୍ଗର ଦୁପଟ୍ଟା ପକାଇଛନ୍ତି ।

ଭିକି ଓ କାଟ୍ରିନାଙ୍କୁ ପରିବାର ଲୋକେ ହଳଦି ଲଗାଉଥିବା ଦେଖିବାକୁ ମିଳିଛି । ଭିକିଙ୍କୁ ତାଙ୍କ ବାପା ଶାମ୍ କୌଶଲ ହଳଦୀ ଲଗାଉଛନ୍ତି । ବଡ଼ ପୁଅର ବିବାହରେ ସେ ଖୁବ୍ ଉତ୍ସାହିତ ଥିବା ନଜର ଆସିଛନ୍ତି ।

Get real time updates directly on you device, subscribe now.