fbpx

(Video) ସରିଗଲା ଲଭ୍ ଆଣ୍ଡ ସେକ୍ସ: ଏବେ ପାଞ୍ଚ ଲକ୍ଷ ଦିଅ, ନଚେତ୍ ନୋ ମ୍ୟାରେଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରେମଜନିତ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । କିଛି କ୍ଷେତ୍ରରେ ପୁରୁଷ ତ ଆଉ କିଛି କ୍ଷେତ୍ରରେ ଝିଅ ବଳି ପଡ଼ୁଛନ୍ତି । ଏଭଳି ସ୍ଥିତିରେ ଲଭ୍, ସେକ୍ସ ଆଣ୍ଡ ଧୋକ୍କା ଟ୍ରାପରେ ପଡ଼ିଛନ୍ତି ଭୁବନେଶ୍ୱରର ଜଣେ ଯୁବତୀ । ଏନେଇ ପ୍ରେମିକା ଜଣଙ୍କ ଯାଜପୁରର ତାଙ୍କ ପ୍ରେମିକ ଘର ଆଗରେ ନ୍ୟାୟ ପାଇ ଧାରଣାରେ ବସିଛନ୍ତି । ଖବର ପାଇ କୋରେଇ ପୋଲିସ ଉକ୍ତ ଲମ୍ପଟ ପ୍ରେମିକଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳର ଜଣେ ଯୁବତୀ ଯାଜପୁର କୋରେଇ ଥାନା ଅନ୍ତର୍ଗତ ରଗଡି ଅଞ୍ଚଳର ରଞ୍ଜନ ଆଚାର୍ଯ୍ୟଙ୍କୁ ଭଲ ପାଉଥିଲେ । ଧୀରେଧୀରେ ଉଭୟଙ୍କ ମଧ୍ୟରେ ରିଲେସନସିପ୍ ବଢ଼ିବା ପରେ ସେମାନେ ବିଭିନ୍ନ ପାର୍କ ହୋଟେଲ ବୁଲିବା ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ସେକ୍ସ କରିବା ପୂର୍ବରୁ କୋର୍ଟ ମ୍ୟାରେଜ୍ କଥା କହିବାରୁ ରଞ୍ଜନ ଏହାକୁ ବିଭିନ୍ନ ବାହାନା ଦେଖାଇ ଏଡ଼ାଇ ଯାଇଥିଲେ । ମାତ୍ର ଏବେ ସବୁକିଛି ସରିଲା ପରେ ପାଞ୍ଚ ଟଙ୍କା ଦେବା ପରେ ମ୍ୟାରେଜ୍ କରିବେ ବୋଲି ରଞ୍ଜନ ଦାବି କରୁଛନ୍ତି । ତେବେ ନିଜର ପାରିବାରିକ ସ୍ଥିତି ସେଭଳି ସ୍ୱଚ୍ଛଳ ନଥିବାରୁ ଏତେ ଟଙ୍କା ଦେବା ଅସମ୍ଭବ ବୋଲି ଯୁବତୀଜଣଙ୍କ କହିଛନ୍ତି । ଏବେ କିଛିମାସ ହେଲା ରଞ୍ଜନ ଆଉ ତାଙ୍କ ପ୍ରେମିକାଙ୍କୁ ଧରାଛୁଆଁ ଦେଉ ନଥିବାରୁ ପ୍ରେମିକା ଜଣଙ୍କ ବାଧ୍ୟହୋଇ ରଞ୍ଜନଙ୍କ ଘର ଆଗରେ ଧାରଣାରେ ବସିଥିଲେ । ତେବେ କୋରେଇ ପୋଲିସ ଉକ୍ତ ପ୍ରେମିକାଙ୍କୁ ସୁଝାସୁଝା କରି ସୁଧାର ଗୃହକୁ ପଠାଇଥିବା ବେଳେ ଆସନ୍ତାକାଲି ତାଙ୍କୁ ଭୁବନେଶ୍ୱରସ୍ଥିତ ମହିଳା ଥାନାକୁ ନିଆଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.