fbpx

ମମିତା ହତ୍ୟା ମାମଲା: ଆସନ୍ତା ୧୫ରେ ଗୋବିନ୍ଦ ସାହୁଙ୍କ ଜାମିନ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଶୁଣାଣି ଆସନ୍ତା ୧୫ ତାରିଖରେ ହେବ । କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) ଏହି ଜାମିନ ଆବେଦନର ଶୁଣାଣି କରିବେ । ପୂର୍ବରୁ ଗତ ୬ ତାରିଖରେ ଗୋବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରି ନଥିଲା । ଟିଟିଲାଗଡ଼ କି କଣ୍ଟାବାଞ୍ଜ ଏଡିଜେ କେଉଁଠି ଶୁଣାଣି କରାଯିବ, ସେନେଇ ସମସ୍ୟା ଉପୁଜିଥିଲା ।

ସୂଚନାଯୋଗ୍ୟ ଯେ, ମମିତା ହତ୍ୟା ଘଟଣାରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତିକୁ ନେଇ କଂଗ୍ରେସ, ବିଜେପି ପକ୍ଷରୁ ପ୍ରତିବାଦ କରାଯାଇ ଆସୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ଏକ ସମ୍ବେଦନଶୀଳ ଘଟଣା ବୋଲି ଅଭିହିତ କରିବା ସହ ଅଯଥାରେ ଏହାକୁ ନେଇ ରାଜନୀତିକରଣ କରାନଯିବାକୁ ବିଧାନସଭାରେ କହିଥିଲେ । ଗତ ୩ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଥିଲା । ମମିତାଙ୍କୁ ନ୍ୟାୟ ପ୍ରଦାନ ନେଇ ପୂର୍ବରୁ ତାଙ୍କର ବାପା ଓ ଭାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୀଘ୍ର ତଦନ୍ତ ସାରି ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର ପାଇଁ ପରିବାରବର୍ଗ ଆବେଦନ କରିଥିଲେ ।

Get real time updates directly on you device, subscribe now.