fbpx

ହସ୍ପିଟାଲରେ ଭର୍ତ୍ତିହେଲେ MLA ବଦ୍ରି ନାରାୟଣ ପାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି । ତେଣୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା ।

ଗତ ୨୦୦୯ ମସିହାରେୁ ଶ୍ରୀ ପାତ୍ର ଘଷିପୁରା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ସେ ୧୯୯୦, ୨୦୦୦, ୨୦୦୯, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଜିତି ବିଧାନସଭାକୁ ଯାଇଥିଲେ । ଘଷିପୁରା ଓ କେଉଁଝର ନିର୍ବାଚନ ମଣ୍ଡଳୀରେ ସେ ଲିଙ୍କ ରୋଡ ସଂଯୋଗ, ବିଦ୍ୟୁତିକରଣ, ପାନୀୟ ଜଳ ପ୍ରକଳ୍ପ, ନଦୀ ବନ୍ଧ ଆଦି ଅନେକ ଜନହିତକର କାର୍ଯ୍ୟ କରିଛନ୍ତି । ପୂର୍ବରୁ ସେ ଜଣେ ଅର୍ଥନୀତି ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ବେଳେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କୁ ରାଜନୀତି କ୍ଷେତ୍ରକୁ ଆଣିଥିଲେ ।

Get real time updates directly on you device, subscribe now.