fbpx
BJD SKY
BJD SKY

୨ ଲକ୍ଷ ଟଙ୍କାର ଫାଇଦା ସହ ଅନେକ ସୁବିଧା ଦେଉଛି ଏହି ସରକାରୀ ବ୍ୟାଙ୍କ, ଶୀଘ୍ର ଉଠାନ୍ତୁ ଲାଭ

BJD

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଆସିଛି ଖୁସିଖବର । ବ୍ୟାଙ୍କ ଆପଣଙ୍କୁ ଅନେକ ସୁବିଧା ଯୋଗାଉଛି । ପିଏନବି ନିଜ ଗ୍ରାହକଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ବୀମା ପ୍ରଦାନ କରୁଛି । କିନ୍ତୁ ବ୍ୟାଙ୍କ ଏହି ସୁବିଧା ସେହି ଗ୍ରାହକମାନଙ୍କୁ ଯୋଗାଉଛି, ଯେଉଁମାନଙ୍କ ପାଖରେ ଜନ ଧନ ଆକାଉଣ୍ଟ ରହିଛି । ଏହା ବ୍ୟତୀତ ଗ୍ରାହକମାନେ ବ୍ୟାଙ୍କର ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଅନ୍ୟାନ୍ୟ ସୁବିଧା ବିଷୟରେ…

ମାଗଣାରେ ୨ ଲକ୍ଷର ଫାଇଦା
ବ୍ୟାଙ୍କ ପକ୍ଷରୁ ଜନ ଧନ ଗ୍ରାହକଙ୍କୁ PNB Rupay Jandhan Cardର ସୁବିଧା ଦିଆଯାଉଛି । ଏହି କାର୍ଡରେ ବ୍ୟାଙ୍କ ଗ୍ରାହକଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନକ ବୀମା କଭରର ସୁବିଧା ଦେଉଛି । Rupay Card ସହିତ ଆପଣ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ଓ କିଣାକିଣି ବି କରିପାରିବେ ।

୩୩୦ ଟଙ୍କାର ବାର୍ଷିକ କିସ୍ତି ଉପରେ ୨ ଲକ୍ଷର ଲାଭ
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା ପାଇଁ ବାର୍ଷିକ ପ୍ରିମିୟମ୍ ହେଉଛି ୩୩୦ ଟଙ୍କା । ଏହି ଯୋଜନା ଅଧୀନରେ ଗ୍ରାହକମାନଙ୍କୁ ଲାଇଫ୍ କଭର ମିଳୁଛି । ଏହା ଅଧୀନରେ ଡେଥ୍ ବେନିଫିଟ୍ ବି ମିଳୁଛି । ଏହି ରାଶି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଇସିଏସ ଜରିଆରେ ନିଆଯିବ ।

Get real time updates directly on you device, subscribe now.