fbpx

ଭିଡିଓ: ବିବାହ ବନ୍ଧନରେ ବାନ୍ଧି ହେଲେ ହଂସିକା

ନୂଆଦିଲ୍ଲୀ : ବର୍ତ୍ତମାନ ଅପେକ୍ଷାର ଅନ୍ତ ଘଟିଛି । ଟଲିଉଡ଼ ଅଭିନେତ୍ରୀ ହଂସିକା ମୋଟୱାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନିଜ ସ୍ୱପ୍ନର ରାଜକୁମାରଙ୍କ ସହ । ଗତକାଲି ଡିସେମ୍ବର ୪ ତାରିଖରେ ହଂସିକା ତାଙ୍କ ବୟଫ୍ରେଣ୍ଡ ସୁହେଲ କଥୂରିୟାଙ୍କ ସହିତ ବିବାହ କରିଛନ୍ତି । ତେବେ ଏହି କପଲ ଜୟପୁର ମୁଣ୍ଡୋତା ଫୋର୍ଟରେ ସାରା ଜୀବନ ସାଙ୍ଗରେ ରହିବା ପାଇଁ ପ୍ରତିଜ୍ଞା ନେଇଛନ୍ତି । ଏହି ବିବାହର ଫଟୋ ହଂସିକାଙ୍କ ସୋସିଆଲ ମିଡ଼ିଆରେ ପ୍ରଥମେ ଦୃଶ୍ୟମାନ ହୋଇଥିଲା ।

ନିଜ ବିବାହ ଦିନ ହଂସିକା ବହୁ ସୁନ୍ଦର ଦେଖାଯାଉଥିଲେ । ପାଦ ଠାରୁ ମଥା ପର୍ଯ୍ୟନ୍ତ ସଜେଇ ହୋଇ ବଧୂ ରୂପ ଧାରଣ କରିଥିଲେ । ହଂସିକା ତାଙ୍କ ବିବାହରେ ରେଡ୍ କଲରର ଲେହଙ୍ଗା ପିନ୍ଧି ଏହା ସହ ଟ୍ରାଡିସନାଲ ଅଳଙ୍କାର ପିନ୍ଧିଥିଲେ । ତାଙ୍କ ବର ମଧ୍ୟ କିଛି କମ ସୁନ୍ଦର ଲାଗୁନଥିଲେ । ସୁହେଲ କଥୁରିୟା ଏକ ସେରୱାନୀ ପିନ୍ଧିଥିଲେ । ଏହି ଦୁଇ କପଲ ମେଡ ଫର ଇଚ ଅଦର ଭଳି ଲାଗୁଛନ୍ତି ଭିଡିଓରେ । ସୁହେଲ ଏବଂ ହଂସିନାଙ୍କ ବିବାହ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମିଡ଼ିଲ ପାର୍ଟେଣ୍ଡ ହେୟାର ସହ ମେକଅପ ଲୁକ ହଂସିକାଙ୍କ ଉପରେ ଖୁବ ମାନୁଥିଲା ।

ହଂସିକାଙ୍କ କଲିର ସବୁଠୁ ଖାସ ଥିଲା । ଲଙ୍ଗ ହେବି କଲିର ହଂସିକାଙ୍କ ଲୁକକୁ ଆହୁରୀ ସୌନ୍ଦର୍ଯ୍ୟମୟ କରିଦେଇଥିଲା । ବିବାହର ଫଟୋ ସୋସିଆଲ ମିଡ଼ିଆରେ ବର୍ଷା ହେବାରେ ଲାଗିଛି । ବିବାହ ମଣ୍ଡପରେ ହଂସିକା ଏକ ରାଜକୀୟ ଢଙ୍ଗରେ ପ୍ରବେଶ କରିଥିଲେ । ଏମାନଙ୍କ ଫେରା ଭିଡିଓ ଏବଂ ଫଟୋକୁ ମିସ କରିବା କଥା ନୁହେଁ । ହଂସିକା ଏବଂ ସୁହେଲ ବିବାହର ସମସ୍ତ ରୀତି ମାତାଙ୍କ ଆର୍ଶୀବାଦ ପରେ ଆରମ୍ଭ ହୋଇଯାଇଥିଲା । ଏହାପରେ କପଲ ଦୁହେଁ ସୁଫି ନାଇଟ, ମେହେନ୍ଦୀ, ହଲ୍ଦୀ, ସଂଗୀତକୁ ମନଭରି ଧମାଲ କରିଥିଲେ । ବିବାହର ସବୁ ଫଙ୍ଗସନରେ ଦୁହେଁ ଭିନ୍ନ ଭିନ୍ନ ପ୍ରକାର ଅଉଫିଟ ପରିଧାନ କରିଥିଲେ । ଏମାନଙ୍କ ସବୁ ଆଉଟପିଟ କ୍ଲାସି ଲାଗୁଥିଲା । କହିବାକୁ ଗଲେ ଦେବୀଙ୍କ ଲାଲ ସାଢି ହେଉ କିମ୍ବା ହଳଦୀରେ ପିନ୍ଧିଥିବା ଧଳା ସୁଟ, ହଂସିକାଙ୍କ ମୁହଁରୁ ନଜର ହଟୁନଥିଲା ।

 

Get real time updates directly on you device, subscribe now.