fbpx

Big Breaking; ପାଳନ ହେବ ହନୁମାନ ଜୟନ୍ତୀ: କିନ୍ତୁ ଶୋଭାଯାତ୍ରା ଉପରେ ଲାଗିଲା ରୋକ୍

ସମ୍ବଲପୁର: ସମ୍ବଲପୁର ହନୁମାନ ଜୟନ୍ତୀ ଉତ୍ସବ ପାଳନକୁ ନେଇ ଶାନ୍ତି ଓ ସମନ୍ୱୟ କମିଟି ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଥର ପବିତ୍ର ହନୁମାନ ଜୟନ୍ତୀରେ ଆଖଡ଼ା ଶୋଭାଯାତ୍ରା ବାହାରିବ ନାହିଁ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ବିଧି ଅନୁସାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରିବାକୁ ଅନୁମତି ମିଳିଥିବା ବେଳେ କେବଳ ଶୋଭାଯାତ୍ରା ଉପରେ ରୋକ୍ ଲଗାଇଛି ଶାନ୍ତି ଓ ସମନ୍ୱୟ କମିଟି ବୈଠକ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହନୁମାନ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ପକ୍ଷରୁ ଆଖଡ଼ା ଶୋଭାଯାତ୍ରା ଉପରେ ରୋକ୍ ଲଗାଯାଇଛି ।

Get real time updates directly on you device, subscribe now.