fbpx
BJD SKY
BJD SKY

Breaking; ୧୩ ତାରିଖରୁ ଆହୁରି ବଢିବ ତାତି: ଅସହ୍ୟ ଗରମରେ ଜଳିବ ଓଡ଼ିଶା

BJD

ଭୁବନେଶ୍ୱର: ଏପ୍ରିଲ ୧୩ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାକୁ ଯାଉଛି । ୧୩ ତାରିଖ ପରଠାରୁ ତାତି ଆହୁରି ବଢିବ ବୋଲି ସୂଚନା ଦିଆଯାଇଛି । ଏହାସହିତ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ବୃଦ୍ଧି ସହ ଦିନର ତାପମାତ୍ରା ମଧ୍ୟ ଉପରକୁ ଉଠିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସମୟରେ ଦିନ ତାପମାତ୍ରା ଦୃଷ୍ଟାନ୍ତମୂଳକ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ ତାତି । ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.