fbpx

ଅର୍ଶଦୀପଙ୍କ ଉପରେ ଜାତିବାଦୀ ମନ୍ତବ୍ୟ ପାଇଁ କମରାନ୍‌ଙ୍କୁ କଡ଼ା ସମାଲୋଚନା କଲେ ହରଭଜନ

Advertisement

ନୂଆଦିଲ୍ଲୀ: ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିବା ‘ଟି-୨୦ ବିଶ୍ୱକପ୍’ରେ ପାକିସ୍ତାନ ବିପକ୍ଷରେ ଭାରତର ୬ରନ୍ ର ରୋମାଞ୍ଚକର ବିଜୟ ପରେ ପାକିସ୍ତାନର ପୂର୍ବତନ ୱିକେଟକିପର କାମରାନ୍ ଅକମଲ ଲାଇଭ୍ ଷ୍ଟ୍ରିମ୍ ରେ ଭାରତୀୟ ବୋଲର ଅର୍ଶଦୀପ ସିଂହଙ୍କୁ ଟାର୍ଗେଟ କରି ଜାତିବାଦୀ ମନ୍ତବ୍ୟ ଦେଇଛନ୍ତି। ଅର୍ଶଦୀପଙ୍କ ଶିଖ୍ ଧର୍ମକୁ ଉପହାସ କରୁଥିବା ଅକମଲଙ୍କ ସମ୍ବେଦନହୀନ ମନ୍ତବ୍ୟକୁ ବ୍ୟାପକ ସମାଲୋଚନା କରାଯାଇଛି। ହରଭଜନ ସିଂହ ଏହି ସମାଲୋଚନାର ଉଚିତ ଜବାବ ଦେଇଛନ୍ତି।

ପାକିସ୍ତାନର ଶେଷ ଓଭରରକୁ ନେଇ ଅକମଲ ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲରେ ବିଶ୍ଳେଷଣ ଦେଉଥିବା ବେଳେ ଏହି ଘଟଣା ଘଟିଛି। ଶେଷ ୬ ବଲ୍ ରେ ୧୮ ରନ୍ ଆବଶ୍ୟକ ଥିବା ବେଳେ ଅର୍ଶଦୀପଙ୍କୁ ରନ୍ ପାଇଁ ମାରିହେବ କି ନାହିଁ ସେ ନେଇ କମେଣ୍ଟଟର୍ସ ଆଲୋଚନା କରିଥିଲେ। ସେତେବେଳେ ଅକମଲ ଏହି ବିବାଦୀୟ ବୟାନ ଦେଇଥିଲେ। ଏହାକୁ ଦେଖି ଭାରତୀୟ କ୍ରିକେଟ୍ ହରଭଜନ ସିଂହ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅକମଲଙ୍କ ମନ୍ତବ୍ୟ ଏବଂ ବର୍ଣ୍ଣବାଦୀ ମନ୍ତବ୍ୟକୁ ଦୃଢ଼ ସମାଲୋଚନା କରିଛନ୍ତି।

ରବିବାର ନ୍ୟୁୟର୍କରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ ରେ ଭାରତ-ପାକିସ୍ତାନ ମୁକାବିଲା ବେଳେ ଅକମଲ ଏଆରୱାଇ ନ୍ୟୁଜ୍ ଉପରେ ଏକ ଆଲୋଚନା ପ୍ୟାନେଲର ଅଂଶ ଥିଲେ। ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାରତୀୟ ଦ୍ରୁତ ବୋଲରଙ୍କ ଧର୍ମକୁ କଡ଼ା ସମାଲୋଚନା କରି କହିଛନ୍ତି, ‘କୁଛ୍ ଭି ହୋ ସକ୍ତା ହୈ… ଶେଷ ଓଭର ରେ କର୍ଣ୍ଣ ଅର୍ଶଦୀପ ସିଂ ନେ ହୈ । ୱାଇସେ ଉସ୍କା ରିଦମ୍ ନାହି ଲାଗା । ୧୨ ବାଜ ଗୟେ ହୈ…କିଛି ବି ହୋଇପାରେ। ଶେଷ ଓଭରକୁ ଅର୍ଶଦୀପ ସିଂହ ବୋଲିଂ କରିବେ। ସେ ଭଲ ଲୟରେ ଦେଖାଯାଉନାହାନ୍ତି। ଏବଂ ଏହା ପୂର୍ବରୁ ୧୨ବାଜି ସାରିଛି।

ଅକମଲଙ୍କ ଏହି ମନ୍ତବ୍ୟ କୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ହରଭଜନ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। “ଲକ୍ଷ ଦି ଲାନାତ ତରେ କାମରାନ ଅଖମାଲ .. ମୁହଁ ଖୋଲିବା ପୂର୍ବରୁ ଶିଖମାନଙ୍କ ଇତିହାସ ଜାଣିବା ଦରକାର। ଆମେ ଶିଖମାନେ ତୁମ ମା’ ଭଉଣୀମାନଙ୍କୁ ଆକ୍ରମଣକାରୀଙ୍କ ଠାରୁ ବଞ୍ଚାଇଥିଲୁ, ସେତେବେଳେ ସମୟ ଥିଲା ୧୨ଟା। ତୁମ ପାଇଁ ଲଜ୍ଜା… ଏହିପରି କହି ହରଭଜନ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ଅକମଲଙ୍କୁ ଟାର୍ଗେଟ କରିଛନ୍ତି।

 

Get real time updates directly on you device, subscribe now.