fbpx

ଭାରତ-ପାକ୍ ମ୍ୟାଚ ପରେ ଭାରତୀୟ କ୍ରିକେଟରେ ଶୋକର ଛାୟା: MCA ଅଧ୍ୟକ୍ଷ ଅମୋଲ କାଲେଙ୍କ ପରଲୋକ

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନ ଉପରେ ଏକ ଦମଦାର ବିଜୟ ହାସଲ କରିଛି । ଏହି ବିଜୟର ଖୁସି ସାରା ଭାରତରେ ଖେଳି ଯାଇଥିବା ବେଳେ ବେଶୀ ସମୟ ପାଇଁ ଏହାର ସେଲିବ୍ରେସନ କରିପାରି ନାହିଁ ଭାରତୀୟ କ୍ରିକେଟ ଜଗତ । ମ୍ୟାଚର କିଛି ସମୟ ପରେ କ୍ରିକେଟ ଜଗତର ଜଣେ ସଦସ୍ୟଙ୍କୁ ହରାଇଛି ଭାରତ । ମୁମ୍ବାଇ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଅମୋଲ କାଲେଙ୍କ ଦେହାନ୍ତ ଖବର ଭାରତୀୟ କ୍ରିକେଟ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ମହାମୁକାବିଲା ପରେ ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ଦେହାନ୍ତ ସମସ୍ତଙ୍କୁ ଦୁଃଖରେ ମ୍ରିୟମାଣ କରି ଦେଇଛି ।

ଜୁନ୍ ୯ ତାରିଖରେ ଟି-୨୦ ବିଶ୍ୱକପରେ ଭାରତ-ପାକ୍ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ ଅମୋଲ କାଲେ । ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଦେଖିବା ପରେ ଅଚାନକ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ କିଛି ସମୟ ପରେ ହୃଦଘାତ ଯୋଗୁଁ ସେ ପ୍ରଆଣ ହରାଇଛନ୍ତି । ଅମୋଲ କାଲେଙ୍କ ଦେହାନ୍ତରେ ସାରା ଭାରତୀୟ କ୍ରିକେଟ ଭାଙ୍ଗ ପଡ଼ିଛି । ଗତବର୍ଷରୁ ସେ ମୁମ୍ବାଇ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ପଦ ଭାର ସମ୍ଭାଳିଛନ୍ତି ।

ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସନ୍ଦୀପ ପାଟିଲଙ୍କ ହରାଇ ଅମୋଲ କାଲେ ଅଧ୍ୟକ୍ଷ ପଦରେ ନିୟୋଜିତ ହୋଇଥିଲେ । ବିସିସିଆଇର କୋଷାଧ୍ୟକ୍ଷ ଆଶିଷ ସେଲାର ଏବଂ ଦେବେନ୍ଦ୍ର ଫଡ଼ନାଭିସଙ୍କ ଖୁବ ନିକଟତର ବନ୍ଧୁ ଥିଲେ ଅମୋଲ କାଲେ । ନିକଟରେ କାଲେଙ୍କ ନେତୃତ୍ୱରେ ହିଁ ମୁମ୍ବାଇ ପ୍ରସିଦ୍ଧ ଟିମ ୨୦୨୩-୨୪ ରଣଜୀ ଟ୍ରଫିରେ ବିଜୟ ହାସଲ କରି ପୁରୁଣା ରେକର୍ଡ ବଜାୟ ରଖିଛି ।

Get real time updates directly on you device, subscribe now.