fbpx
BSKY
BJD MC SKY
BJD YOUTH SKY

ପାଣ୍ଡ୍ୟା କରୋନା ପଜିଟିଭ୍; ସ୍ଥଗିତ ରହିଲା ଦ୍ୱିତୀୟ ଟି-୨୦

ନୂଆଦିଲ୍ଳୀ: ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ପୂର୍ବରୁ ଭାରତକୁ ଝଟକା । ମ୍ୟାଚ ପୂର୍ବରୁ ଷ୍ଟାର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା କରୋନା ପଜିଟିଭ ସାବ୍ୟସ୍ତ ହୋଇଛନ୍ତି । ଫଳରେ ମଙ୍ଗଳବାର ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦କୁ ସ୍ଥଗିତ ରଖାଯାଇଛି । ମ୍ୟାଚ୍ କେବେ ଅନୁଷ୍ଠିତ ହେବ ସେ ନେଇ ବିଦ୍ଧିବଦ୍ଧ ଭାବରେ ଘୋଷଣା ହୋଇନଥିଲେ ହେଁ ଗୁରୁବାର ଦ୍ୱିତୀୟ ଟି-୨୦ ଖେଳାଯିବା ନେଇ ଆଶା କରାଯାଉଛି । ଏପରି ହେଲେ ଲଗାତାର ଦିନରେ ଦୁଇଟି ମ୍ୟାଚ ଖେଳିବ ଭାରତ ।

ଅନ୍ୟପକ୍ଷରେ ଇଂଲଣ୍ଡରେ ଅବସ୍ଥାନ କରୁଥିବା ଭାରତୀୟ ଦଳ ମଧ୍ୟ କରୋନା କବଳରେ ଫଶିଛି । ଡରହାମର ଜନୈକ ୱିକେଟ କିପର ବ୍ୟାଟ୍ସମ୍ୟାନ ଯିଏକି ଭାରତୀୟ ଦଳ ସଂସ୍ପର୍ଶରେ ଆସିଥିଲେ ସେ ପଜିଟିଭ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ଟ୍ରେନର ଦୟାନନ୍ଦ ଗରାନି ପଜିଟିଭ ହେବା ପରେ ତାଙ୍କ ସଂସ୍ପର୍ଷରେ ଆସିଥିବା ବୋଲିଂ କୋଚ୍ ଭରତ ଅରୁଣ, ଋଦ୍ଧିମାନ ଶାହା ଓ ଅଭିମନ୍ୟୁ ଇଶ୍ୱରନଙ୍କୁ ୧୦ ଦିନିଆ କ୍ୱାରେଣ୍ଟିନରେ ରଖାଯାଇଛି ।

Get real time updates directly on you device, subscribe now.