fbpx
BSKY
BJD MS SKY
BJD YOUTH SKY

ଘିକୁଆଁରୀ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି କି? ହୋଇପାରେ ଏହି ସବୁ ସାଂଘାତିକ ସମସ୍ୟା

ଓଡ଼ିଶା ଭାସ୍କର ବ୍ୟୁରୋ: ଘିକୁଆଁରୀ ହେଉଛି ଏକ ଆୟୁର୍ବେଦିକ ଉଦ୍ଭିଦର ପତ୍ର, ଯାହାକୁ ଲୋକମାନେ ହଜାର ହଜାର ବର୍ଷ ଧରି ଚିକିତ୍ସା ପାଇଁ ବ୍ୟବହାର କରିଆସୁଛନ୍ତି । ଏହା କେବଳ ଚର୍ମ ପାଇଁ ଲାଭଦାୟକ ନୁହେଁ, ବରଂ ଏହା ଆମ ଶରୀରର ଅନେକ ସମସ୍ୟାର ଉପଶମ ପାଇଁ ବ୍ୟବହୃତ ହୋଇଥାଏ । କିନ୍ତୁ ଏହା ଶରୀର ଉପରେ ଅନେକ ପ୍ରକାର ପ୍ରଭାବ ପକାଇଥାଏ । ଏନେଇ କରାଯାଉଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ଘିକୁଆଁରୀକୁ ବ୍ୟବହାର କରିବା ଦ୍ୱାରା ଏହା ସମ୍ପର୍କିତ ଅନେକ ପ୍ରକାରର ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥାଏ । ଏହାର ପତ୍ରରେ ଲେକ୍ସେଟିଭ୍ ତତ୍ତ୍ୱ ରହିଥାଏ । ଯାହା ଶରୀର ପାଇଁ ସମସ୍ୟା ସୃଷ୍ଟି କରେ । ତେବେ ଏହି ତତ୍ତ୍ୱ ପତ୍ରର ଭିତର ସ୍ତରରେ ମିଳିଥାଏ । ଏହାଯୋଗୁଁ କେଉଁ କେଉଁ ପ୍ରକାରର ସମସ୍ୟା ଉପୁଜିଥାଏ ଚାଲନ୍ତୁ ଜାଣିବା ।

  

୧. ଡିହାଇଡ୍ରେସନ୍ ସମସ୍ୟା

ଯଦି ଆପଣ ଓଜନ କମାଇବା ପାଇଁ ସକାଳେ ଖାଲି ପେଟରେ ଘିକୁଆଁରୀର ଜେଲ୍ କୁ ସେବନ କରୁଛନ୍ତି ତେବେ ଆପଣ ଭୁଲ୍ ଭାବୁଛନ୍ତି । ଏହାକୁ ସେବନ କରିବା ଦ୍ୱାରା ଡିହାଇଡ୍ରେସନ୍ ସମସ୍ୟା ଦେଖାଦିଏ ।

୨. ଦୁର୍ବଳ ଅନୁଭବ କରିବା

ଏହାର ଜୁସ୍ କୁ ଲଗାତର ସେବନ କରିବା ଦ୍ୱାରା ଶରୀରରେ ପୋଟାସିୟମ୍ ର ମାତ୍ରା ଅଧିକ ହୋଇଯାଏ । ଏହାର କାରଣରୁ ଅନିୟମିତ ହୃଦସ୍ପନ୍ଦନ ଏବଂ ଦୁର୍ବଳତା ଆସିପାରେ । ଆଉ ଯଦି ଆପଣ ପୂର୍ବରୁ ହିଁ ହୃଦଜନତ କୌଣସି ରୋଗରେ ପୀଡ଼ିତ ତେବେ ଏହାଠାରୁ ଦୂରେଇ ରୁହନ୍ତୁ ।

୩. ସ୍କିନ୍ ଆଲର୍ଜି ସମସ୍ୟା

ଯଦି ଆପଣ ସ୍କିମ୍ ସଦସ୍ୟା ଜନିତ ସମସ୍ୟା ଦୂର କରିବା ପାଇଁ ଘିକୁଆଁରୀ ଜେଲ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଚର୍ମରେ କୁଣ୍ଡିଆ, ରେଡନେସ୍ ଭଳି ସମସ୍ୟା ଦେଖାଦେବ ।

୪. ରକ୍ତ ଶର୍କରା ଉପରେ ପ୍ରଭାବ

ଲଗାତର ଭାବେ ଯଦି ଆପଣ ଘିକୁଆଁରୀକୁ ବ୍ୟବହାର କରୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କ ରକ୍ତଚାପ ଉପରେ ପ୍ରଭାବ ପଡ଼ିପାରେ ଓ ଆପଣଙ୍କ ରକ୍ତଚାପ ହ୍ରାସ ପାଇପାରେ ।

Get real time updates directly on you device, subscribe now.