fbpx

ପର୍ଣ୍ଣୋଗ୍ରାଫୀ ମାମଲା: ୧୪ ଦିନର ନ୍ୟାୟିକ ହେପାଜତକୁ ଗଲେ ରାଜ୍ କୁନ୍ଦ୍ରା

ମୁମ୍ବାଇ: ପର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ମାଜିଷ୍ଟ୍ରେଟ୍ କୋର୍ଟ ଆଶ୍ୱସ୍ତି ମିଳିନାହିଁ । ରାଜ୍ ଏବଂ ରୟାନ୍ ଥେର୍ପଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଦିଆଯାଇଛି । ଏହା ପୂର୍ବରୁ ପୁଲିସ୍ ହେପାଜତକୁ ଜୁଲାଇ ୨୩ ଓ ପରେ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । କୋର୍ଡରେ କ୍ରାଇମବ୍ରାଞ୍ଚ ଟିମ୍ ଅପିଲ୍ କରିଥିଲା ଯେ, ରାଜ୍ କୁନ୍ଦ୍ରାଙ୍କୁ ପୁଲିସ୍ ହେପାଜତକୁ ୭ ଦିନ ବୃଦ୍ଧି କରାଯାଉ । ତେବେ କୋର୍ଟର ନିଷ୍ପତ୍ତି ଅନୁସାରେ, ତାଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ କୁନ୍ଦ୍ରାଙ୍କୁ ପୁଲିସ୍ ଜୁଲାଇ ୧୯ ତାରିଖରେ ଗିରଫ କରିଥିଲା । ସେତେବେଳେ ପୁଲିସ୍ କହିଥିଲା ଯେ, ପୂରା ମାମଲାର ସୁତ୍ରଧର ହେଉଛନ୍ତି ରାଜ୍ କୁନ୍ଦ୍ରା । ତାଙ୍କ ବ୍ୟତୀତ ଆଉ ୧୦ ଜଣ ରହିଛନ୍ତି । ଯେଉଁ ମାନଙ୍କୁ ପୁଲିସ୍ ଏହି ମାମଲାରେ ଗିରଫ କରିଛି । ଫେବୃଆରୀରେ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା । ଏହା ମଧ୍ୟରେ ସେ ମାର୍ଚ୍ଚ ମାସରେ ନିଜର ଫୋନ୍ ବଦଳାଇ ଦେଇଥିଲେ । ଯଦ୍ୱାରା ପୂରୂଣା ଡାଟା ରିକଭରି ହୋଇପାରିବ ନାହିଁ । ଯେତେବେଳେ କ୍ରାଇମବ୍ରାଞ୍ଚ ତାଙ୍କୁ ଫୋନ୍ ସମ୍ପର୍କରେ ପଚାରିଥିଲା ସେତେବେଳେ ସେ ଫୋନ୍ କୁ ଫୋପାଡ଼ି ଦେଇଛନ୍ତି ବୋଲି କହିଥିଲେ । ଏବେ ପୁଲିସ୍ କୁ ଲାଗୁଛି ଯେ, ସେହି ଫୋନ୍ ରେ ହିଁ କିଛି ବିଶେଷ ସୂଚନା ରହିଥିଲା ।

 

Get real time updates directly on you device, subscribe now.