fbpx

ପଦକରୁ ଗୋଟିଏ ପାଦ ଦୂରରେ ଲଭଲିନା; ଟୋକିଓରେ ଭାରତୀୟ ମହିଳାଙ୍କ ଦବଦବା

ନୂଆଦିଲ୍ଳୀ: ଟୋକିଓ-୨୦୨୦ରେ ଭାରତୀୟ ମହିଳାଙ୍କ ଦବଦବା ଜାରି ରହିଛି । ପ୍ରଥମ ଦିନରେ ମୀରାବାଇ ଚାନୁ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିବା ବେଳେ ପଦକର ନିକଟତର ହୋଇଛନ୍ତି ଆଉଜଣେ ଭାରତୀୟ ମହିଳା ଖେଳାଳି । ଭାରତୀୟ ମହିଳା ବକ୍ସର ଲଭଲିନା ବୋର୍ଗୋହେନ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ପଦକ ହାସଲରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ଆସାମର ପ୍ରଥମ ମହିଳା ବକ୍ସର ଲଭଲିନା ଜର୍ମାନୀର ନାଡିନ୍ ଆପେଟ୍ଜଙ୍କୁ ପରାସ୍ତ କରିଛନ୍ତି ।

କୋକୁଗିକାନ ଏରେନାରେ ଖେଳାଯାଇଥିବା ମୁକାବିଲାରେ ୨୩ ବର୍ଷୀୟ ଲଭଲିନା ଆକ୍ରମଣ ଓ ଡିଫେନ୍ସର ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲେ । ୬୪ କିଗ୍ରା ବର୍ଗରେ ଖେଳୁଥିବା ଲଭଲିନା ୩-୨ରେ ନାଡିନଙ୍କୁ ପରାସ୍ତ କରିଥିଲେ । ପ୍ରଥମରୁ ନାଡିନ୍ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ ରାଉଣ୍ଡରେ ପରାଜିତ ହେବା ପରେ ପରବର୍ତ୍ତୀ ୩ ରାଉଣ୍ଡ ଜିତି ନେଇଥିଲେ ଲଭଲିନା । ଆକ୍ରମଣ ଓ ଡିଫେନ୍ସର ଚମକ୍ରାର ସମନ୍ୱୟ ବଳରେ ନିଜଠାରୁ ଅଭିଜ୍ଞ ଜର୍ମାନ ଖେଳାଳିଙ୍କୁ ପରାସ୍ତ କରିଥିଲେ ଭାରତୀୟ ବକ୍ସର । ଲଭଲିନା ନିଜର ପରବର୍ତ୍ତୀ ମୁକାବିଲାରେ ପୂର୍ବତନ ବିଶ୍ୱ ଚାମ୍ପିୟନ୍ ଚେନ୍ ନିଏନ୍ ଚିନ୍ଙ୍କୁ ଜୁଲାଇ ୩୦ ତାରିଖରେ ଭେଟିବେ ।

Get real time updates directly on you device, subscribe now.