fbpx
BSKY
BJD MC SKY
BJD YOUTH SKY

ଆଇସୋଲେସନରେ ଟିମ୍ ଇଣ୍ଡିଆ ; ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ରହିଥିବା ଭାରତୀୟ କ୍ରିକେଟ ଦଳର ସମସ୍ତ ସଦସ୍ୟ ଓ ସପୋର୍ଟ ଷ୍ଟାଫ୍ ଆଇସୋଲେସନରେ ରହିଛନ୍ତି । ଦ୍ୱିତୀୟ ଟି-୨୦ ମୁକାବିଲା ଖେଳାଯିବାର ଠିକ୍ ପୂର୍ବରୁ ଭାରତୀୟ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ପଜିଟିଭ ସାବ୍ୟସ୍ତ ହେବା ପରେ ସମସ୍ତ ଭାରତୀୟ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଆଇସୋଲେସନରେ ରହିବାକୁ ପଡିଛି । କଲମ୍ବୋରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ସ୍ଥଗିତ ରହିଥିବା ବେଳେ ଏହାକୁ ଗୋଟିଏ ଦିନ ଆଗକୁ ଘୁଞ୍ଚାଇ ଦିଆଯାଇଛି ।

ବିସିସିଆଇ ପକ୍ଷରୁ ଟ୍ୱିଟ କରାଯାଇ ଆଇସୋଲେସନ ସମ୍ପର୍କରେ ସୂଚନା ଦିଆଯାଇଛି । ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ଆଇସୋଲେସନରେ ରଖାଯାଇଥିବା ବେଳେ ସମସ୍ତ ଖେଳାଳିଙ୍କ ଆରଟି ପିସିଆର ଟେଷ୍ଟ କରାଯିବା ପରେ ବୁଧବାର ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ତେବେ କରୋନା ପରସ୍ଥିତିକୁ ଦୃଷ୍ଟିରେ ରଖିଲେ ମ୍ୟାଚ୍ ଖେଳାଯିବାର ସମ୍ଭାବନା କମ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ୍ ଏବଂ ଭିଡିଓ ଆନାଲିଷ୍ଟ ଆରମ୍ଭରୁ କରୋନା ପଜିଟିଭ୍ ଥିବା ଜଣା ପଡିଥିଲା ।

Get real time updates directly on you device, subscribe now.