fbpx

ହିନ୍ଦୁ ରୀତିରେ ବିବାହ ଶପଥ ଦୋହରାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

Advertisement

ନୂଆଦିଲ୍ଲୀ: ହିନ୍ଦୁ ରୀତିରେ ବିବାହ କଲେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ତିନି ବର୍ଷ ପୂର୍ବେ କୋର୍ଟ ମ୍ୟାରେଜ କରିଥିବା ପାଣ୍ଡ୍ୟା ପୁନର୍ବାର ବିବାହ କରିଛନ୍ତି। ଦୁଇ ଦିନ ତଳେ ଖ୍ରୀଷ୍ଟିଆନ ଧର୍ମରେ ବିବାହ କରିବା ପରେ ଏବେ ହିଡ଼ନୁ ଧର୍ମରେ ବିବାହ ସମୟର ଫଟୋ ସେୟାର କରିଛନ୍ତି ହାର୍ଦ୍ଦିକ। ଭାଲେଣ୍ଟାଇନ୍ସ ଡେ’ରେ ଷ୍ଟାର ଇଣ୍ଡିଆ ଅଲରାଉଣ୍ଡର ପତ୍ନୀ ନତାସା ଷ୍ଟାନକୋଭିକଙ୍କ ସହ ବିବାହ ଶପଥ ନବୀକରଣ କରିବା ପରେ ଫୋଟୋ କରିଥିଲେ।

ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହୋଇଛି। ସେଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ, ‘ଆମେ ତିନି ବର୍ଷ ପୂର୍ବେ ନେଇଥିବା ଶପଥକୁ ନବୀକରଣ କରି ଏହି ପ୍ରେମ ଦ୍ୱୀପରେ ଭାଲେଣ୍ଟାଇନ୍ସ ଡେ ପାଳନ କରିଥିଲୁ। ଉଲ୍ଲେଖଯୋଗ୍ୟ, ହାର୍ଦ୍ଦିକ ଏବଂ ନାତାସା ଜାନୁଆରୀ ୧, ୨୦୨୦ ରେ COVID-19 ଲକଡାଉନ୍ ସମୟରେ ବିବାହ କରିବା ପୂର୍ବରୁ ଏକ କ୍ରୁଜରେ ଏନଗେଜମେଣ୍ଟ କରିଥିଲେ। ସେହି ବର୍ଷ ପରେ, ଏହି ଯୋଡି ‘ଅଗସ୍ତ୍ୟା’ ନାମକ ଏକ ଶିଶୁପୁତ୍ର ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ।

Get real time updates directly on you device, subscribe now.