fbpx

YouTube ସିଇଓ ପଦରୁ ଇସ୍ତଫା ଦେଲେ ସୁଜାନ୍ ୱୋଜିକ୍କି, ଜଣେ ଭାରତୀୟ ହୋଇପାରନ୍ତି ନୂଆ ମୁଖ୍ୟ

Advertisement

ନୂଆଦିଲ୍ଲୀ: ୟୁଟ୍ୟୁବ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରୁ ଇସ୍ତଫା ଦେଇଛନ୍ତି ସୁଜନ ୱୋଜିକ୍କି। ଦୀର୍ଘ ନଅ ବର୍ଷ ଏହି ପଦରେ କାର୍ଯ୍ୟ ସମ୍ଭାଳିବା ପରେ ଇସ୍ତଫା ଦେବେ ବୋଲି ଗୁରୁବାର ଦିନ ଏକ ବ୍ଲଗ୍ ପୋଷ୍ଟରେ ସେ କହିଛନ୍ତି। ୟୁଟ୍ୟୁବ୍ ର ମୁଖ୍ୟ ପ୍ରଡକ୍ଟ ଅଫିସର ନୀଲ ମୋହନ ୟୁଟ୍ୟୁବ୍ ର ନୂତନ ମୁଖ୍ୟ ହେବେ ବୋଲି ସେ କହିଛନ୍ତି।

୫୪ ବର୍ଷୀୟ ୱୋଜିକ୍କି, କହିଛନ୍ତି ଯେ ସେ ପରିବାର, ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ଦିଗ ଉପରେ ଧ୍ୟାନ ଦେବା ପାଇଁ ଇସ୍ତଫା ଦେଇଛନ୍ତି। ୱୋଜିକ୍କି, ଯିଏକି ଗୁଗୁଲରେ ବିଜ୍ଞାପନ ଉତ୍ପାଦ ପାଇଁ ଜଣେ ବରିଷ୍ଠ ଉପସଭାପତି ଥିଲେ, ସେ ୨୦୧୪ ରେ ୟୁଟ୍ୟୁବର ସିଇଓ ହୋଇଥିଲେ।

ସୁଜାନ୍ ଗୁଗୁଲର ସର୍ବପ୍ରଥମ କର୍ମଚାରୀଙ୍କ ମଧ୍ୟରେ ଥିଲେ ଏବଂ ପ୍ରାୟ ୨୫ ବର୍ଷ ଧରି ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ଇନ୍ ସହିତ କାମ କରି ସାରିଲେଣି। ଗୁଗୁଲ୍ ପୂର୍ବରୁ, ୱୋଜିକ୍କି ଇଣ୍ଟେଲ୍ କର୍ପ ଏବଂ ବାଇନ୍ ଆଣ୍ଡ୍ କମ୍ପାନୀରେ କାର୍ଯ୍ୟ କରିଥିଲେ।

Get real time updates directly on you device, subscribe now.