fbpx

(Video) କେଉଁ ମନ୍ତ୍ର ପଢି ଇମାମଙ୍କ ୱିକେଟ ନେଇଥିଲେ ହାର୍ଦ୍ଦିକ? ମ୍ୟାଚ ପରେ କହିଲେ ସତ…

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଏକ ରେକର୍ଡ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ ବିଶ୍ୱକପରେ ଲଗାତାର ତୃତୀୟ ବିଜୟ ନିଜ ନାମରେ କରିଛି ରୋହିତ ସେନା । ପାକିସ୍ତାନର ୧୯୨ ରନର ଛୋଟ ଟାର୍ଗେଟକୁ ପିଛା କରି ମାତ୍ର ୩୦.୩ ଓଭରରେ ହିଁ ବିଜୟୀ ହୋଇଛି ଭାରତ । ତେବେ ଏହି ମ୍ୟାଚରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ଇମାମ ଉଲ ହକ୍ ଙ୍କ ୱିକେଟକୁ ନେଇ ଚର୍ଚ୍ଚା ହେଉଛି । ଇମାମଙ୍କ ଶିକାର ପୂର୍ବରୁ ହାର୍ଦ୍ଦିକ ବଲ ସହ କିଛି ମନ୍ତ୍ର ପଢିବା ସହ ଗୁଣି କରିଥିବା ଆଲୋଚନା ହେଉଛି । ତେବେ ଏହାକୁ ନେଇ ସବୁ ସତ କହିଛନ୍ତି ଉପ-ଅଧିନାୟକ ।

ହାର୍ଦ୍ଦିକ କିଛି ତନ୍ତ୍ର ବିଦ୍ୟା ଜାଣିଥିବା ନେଇ ଆଲୋଚନା ହେଉଛି । ତେବେ ଏ ନେଇ ହାର୍ଦ୍ଦିକ କିଛି ଅଲଗା ବୟାନ ଦେଇଛନ୍ତି । ମ୍ୟାଚ ପରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ତାଙ୍କୁ ଏ ବିଷୟରେ ପଚାରିଥିଲେ । ସେ କହିଛନ୍ତି ଯେ, ବଲ ସହ ମୁଁ କୌଣସି ଗୁଣି କରି ନଥିଲି, କିମ୍ବା ମନ୍ତ୍ର ପଢି ନଥିଲି । ବରଂ ଏହି ସମୟରେ ହାର୍ଦ୍ଦିକ ନିଜକୁ ଗାଳି ଦେଉଥିବା କହିଛନ୍ତି । ସୋସିଆଲ ମିଡିଆରେ ଏହାକୁ ନେଇ ହେଉଥିବା ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।

ସୂଚନା ଥାଉ କି, ପାକିସ୍ତାନ ଇନିଂସର ୧୩ତମ ଓଭର ନେଇ ଆସିଥିଲେ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଓଭରର ତୃତୀୟ ବଲରେ ସେ ଇମାମଙ୍କ କେ.ଏଲ ରାହୁଲଙ୍କ ହାତରେ କ୍ୟାଚ କରାଇ ପାଭିଲିୟନର ରାସ୍ତା ଦେଖାଇଥିଲେ । ତେବେ ଓଭରର ତୃତୀୟ ବଲ ଫିଙ୍ଗିବା ପୂର୍ବରୁ ହାର୍ଦ୍ଦିକ ବଲକୁ ଚାହିଁ କିଛି କହିବା ସହ ବଲକୁ ଫୁଙ୍କିଥିଲେ । ଏହାପରେ ଇମାମ ଉଲ୍-ହକ୍ ଙ୍କ ବ୍ୟାଟରେ ବଲ ଲାଗି ୱିକେଟ କିପର କେ.ଏଲ ରାହୁଲଙ୍କ ହାତକୁ ଚାଲି ଯାଇଥିଲା । ଏହି ୱିକେଟ ସହ ପାକିସ୍ତାନ ୭୩ ରନରେ ନିଜର ଦ୍ୱିତୀୟ ୱିକେଟ ହରାଇଛି । କିନ୍ତୁ ହାର୍ଦ୍ଦିକଙ୍କ ଏହି ବଲ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଯାଇଛି

Get real time updates directly on you device, subscribe now.