fbpx

ହାର୍ଭାର୍ଡ ବୈଜ୍ଞାନିକଙ୍କ ଖୁଲାସା: ୨୦୧୭ରେ ଏଲିଅନ୍ ପୃଥିବୀପୃଷ୍ଠକୁ ଆସିଥିଲେ

ନୂଆଦିଲ୍ଲୀ, ୮ା୨: ଚାରିବର୍ଷ ବର୍ଷ ପୂର୍ବରୁ ଅର୍ଥାତ ୨୦୧୭ ମସିହାରେ ଏଲିଅନ୍ ପୃଥିବୀପୃଷ୍ଠକୁ ଆସିଥିଲେ । ଏନେଇ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଜଣେ ବୈଜ୍ଞାନିକ ଏବି ଲୋଏବ ଏହି ଘଟଣାର ଖୁଲାସା କରିଛନ୍ତି । ୪ ବର୍ଷ ପୂର୍ବରୁ ବୈଜ୍ଞାନିକମାନେ ଏକଥା ଜାଣିଥିଲେ ମଧ୍ୟ ଏହାକୁ ସେତେବେଳେ ଗୁରୁତ୍ୱ ଦେଇନଥିଲେ । ଏ ବିଷୟରେ ପ୍ରଫେସର ଲୋଏବ ତାଙ୍କର ପ୍ରକାଶିତ ପୁସ୍ତକ ‘Extraterrestrial: The First Sign of Intelligent Life Beyond Earth’ ରେ ଉଲ୍ଲେଖ କରିଛନ୍ତି ।

ଲୋଏବ କହିଛନ୍ତି ଯେ, ୨୦୧୭ ମସିହା ଅକ୍ଟୋବର ମାସରେ ଦ୍ରୁତ ବେଗରେ ଗତି କରୁଥିବା ଏକ ଜିନିଷ ବିଷୟରେ ଜଣାପଡ଼ିଥିଲା । ଏହା ବହୁତ ଜୋରରେ ଉଡ଼ୁଥିବାରୁ ଏହା ଅନ୍ୟ ଗ୍ରହରୁ ଆସିଛି ବୋଲି ଲୋଏବ ଅନୁମାନ କରିଥିଲେ । ତେବେ ଅନ୍ୟ ବୈଜ୍ଞାନିମାନେ ଲୋଏବଙ୍କ କଥାକୁ ଗ୍ରହଣ ନ କରି ଏଡ଼ାଇ ଦେଇଥିଲେ । ତେବେ କିଛିଦିନ ପୂର୍ବରୁ ଇସ୍ରାଏଲର ସ୍ପେସ୍ ସିକ୍ୟୁରିଟି ଏଜେନ୍ସିର ପୂର୍ବତନ ମୁଖ୍ୟ ହୈମ ଇଶଦ ଏଲିଅନ୍ ପୃଥିବୀରେ ବର୍ତ୍ତମାନ ଅବସ୍ଥାନ କରୁଛନ୍ତି ବୋଲି ଯୁକ୍ତି ବାଢ଼ିଥିଲେ । ଇସ୍ରାଏଲ ଓ ଆମେରିକା ବହୁ ବର୍ଷ ଧରି ଏଲିଅନଙ୍କ ଉପରେ ଗବେଷଣା ଚଳାଇ ଆସୁଛନ୍ତି । ତେବେ ଏଲିଅନମାନେ ସେମାନଙ୍କର ଉପସ୍ଥିତି ବିଷୟ ସାର୍ବଜନୀନ କରିବାକୁ ଚାହାନ୍ତି ନାହିଁ ବୋଲି ଇଶଦ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.